୬୫ ଲକ୍ଷର ଗଞ୍ଜେଇ ଜବତ, ଅଭିନବ ଉପାୟରେ ଚାଲାଣ କରୁଥିଲା ଫେରିବାଲା, ଗିରଫ କଲା ପୋଲିସ୍‌

Published By : Prameya-News7 Bureau | January 07, 2022 IST

କୋରାପୁଟ, ୦୭/୦୧: ଅବକାରୀ ବିଭାଗ ଦ୍ବାରା ୬୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ୬ କ୍ୱିଣ୍ଟାଲ ୬୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିରେ ଜଡ଼ିତ ଥିବା ଅଭିଯୋଗରେ ହରିୟାଣାରୁ ଆସି ଶୀତ ବସ୍ତ୍ର ବିକ୍ରୟ କରୁଥିବା ସୁଲତାନ ସିଂହକୁ ଗିରଫ କରିଛି ପୋଲିସ୍‌ । ସୁଲତାନର ଘର ପାନିପଥ ଜିଲ୍ଲା, ସମଲକା ଥାନା ଅଧିନସ୍ଥ ମାନାନା ଗ୍ରାମ ବୋଲି ଜଣାପଡିଛି । ଏହି ଗଞ୍ଜେଇକୁ ସେ ପଟି, କମ୍ବଳ ଓ ବ୍ୟାଗ ମଧ୍ୟରେ ରଖି ବାହାରକୁ ଚାଲାଣ କରିବାକୁ ରଖିଥିବା ବେଳେ କୋରାପୁଟ ଅବକାରୀ ବିଭାଗ ଦ୍ବାରା ଧରାପଡିଛି । ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗ୍ରାମ ନିକଟ ଏକ ଘରୁ ଅବକାରୀ ବିଭାଗ ଜବତ କରିଥିବା ଜଣାପଡ଼ିଛି ।

ତେବେ ଗଞ୍ଜେଇ ଚୋରା ଚାଲାଣର ଏହି ନୂଆ ତରିକା ଏବେ ଧରା ପଡିଛି । ବାହାର ରାଜ୍ୟରୁ ଆସି ଗାଁ ଗାଁ ବୁଲି ଫେରିବାଲା ଭାବେ ବ୍ୟବସାୟ କରୁଥିବା ଲୋକଙ୍କର ଗଞ୍ଜେଇ ଚୋରା ବ୍ୟବସାୟରେ ସମ୍ପୃକ୍ତି ରହିଥିବା ଫର୍ଦ୍ଦାଫାସ କରିଛି ଅବକାରୀ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.