କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
4/12/2020 at 8:25 PM

ଭୁବନେଶ୍ଵର ୦୪।୧୨: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କ୍ରମାଗତ କମିବାରେ ଲାଗିଛି। ସବୁଠୁ ଚିନ୍ତାର କାରଣ ପାଲଟିଥିବା ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ଯାହା ଲୋକଙ୍କୁ ଆଶ୍ଵସ୍ତି କରିଛି। ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳେ ରହୁଛି। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୨ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୪,୬୬୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।
Another 642 Covid patients have recovered and are being discharged on 04.12.2020
— H & FW Dept Odisha (@HFWOdisha) December 4, 2020
70 from Mayurbhanj
54 from Sundargarh
53 from Baleswar
50 from Khordha
48 from Cuttack
40 from Anugul
40 from Bolangir
32 from Kalahandi
31 from Jagatsinghpur
28 from Puri
21 from Bargarh
ବିଭାଗ ଅନୁଯାୟୀ ଆଜି ମୟୂରଭଞ୍ଜରୁ ସର୍ବାଧିକ ୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେ। ଏହି ପରି ସୁନ୍ଦରଗଡରୁ ୫୪, ବାଲେଶ୍ଵରରୁ ୫୩, ଖୋର୍ଦ୍ଧାରୁ ୫୦, କଟକରୁ ୪୮, ଅନୁଗୁଳରୁ ୪୦, ବଲାଙ୍ଗୀରରୁ ୪୦, କଳାହାଣ୍ଡିରୁ ୩୨, ଜଗତସିଂହପୁରରୁ ୩୧, ପୁରୀରୁ ୨୮, ବରଗଡରୁ ୨୧, ଯାଜପୁରରୁ ୨୧, ନୂଆପଡାରୁ ୧୮, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୯, ଗଞ୍ଜାମରୁ ୮, ଭଦ୍ରକରୁ ୭, କୋରାପୁଟରୁ ୭, ନବରଙ୍ଗପୁରରୁ ୭, ରାୟଗଡାରୁ ୭, ଢେଙ୍କାନାଳରୁ ୬, ସୋନପୁରରୁ ୬, ବୌଦ୍ଧରୁ ୫, ମାଲକାନଗିରିରୁ ୫, ଗଜପତିରୁ ୪, କନ୍ଧମାଳରୁ ୪, ନୟାଗଡରୁ ୪ ଓ ଦେବଗଡରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
4 from Nayagarh
— H & FW Dept Odisha (@HFWOdisha) December 4, 2020
3 from Deogarh
12 from State Pool
The total recovered cases of Odisha now stand at 314665
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୦୩୯୪କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୬୦ରେ ପହଞ୍ଚିଛି।