ମୋଦୀ ସରକାରରେ ଘଟିଛି ୬୩୮ ଟ୍ରେନ୍ ଦୁର୍ଘଟଣା, ୟୁପିଏ ସରକାରରେ କ’ଣ ଥିଲା ସ୍ଥିତି ?

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନ୍ୟୁଜଲପାଇଗୁଡ଼ିରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ୧୦ ଜଣଙ୍କ ପ୍ରାଣହାନୀ ଘଟିଛି। ଏହି ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଦେଶରେ ରାଜନୀତି ଜୋର ଧରିଛି ।  ବହୁ ବିରୋଧୀ ନେତା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି । ସେପଟେ ପଶ୍ଚିମବଙ୍ଗ ଟ୍ରେନ୍‌ ଟ୍ରାଜେଡି ପରେ  ଏନଡିଏ  ନା ୟୁପିଏ କେଉଁ ସରକାର ଅମଳରେ ଅଧିକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ  କିଏ ରେଳ ଦୁର୍ଘଟଣା ରୋକିବା ଦିଗରେ ବେଶି ସଫଳ  ହୋଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।  

ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁସାରେ, ୨୦୦୪-୨୦୧୪  ୟୁପିଏ ସରକାର ଅମଳରେ ମୋଟ ୧୭୧୧ଟି ରେଳ ଦୁର୍ଘଟଣା ଘଟିଥିଲା । କିନ୍ତୁ ୨୦୧୪ରୁ ୨୦୨୩ ମଧ୍ୟରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରରେ ଏହି ସଂଖ୍ୟା ୬୩୮ରେ ସୀମିତ ରହିଛି ।   ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଉପରେ ନଜର ପକାଇଲେ, ୟୁପିଏ ସରକାରରେ ୨୪୫୩ ଜଣ ପ୍ରାଣ ହରାଇଥିବା ବେଳେ ୪୪୮୬ ଆହତ ହୋଇଛନ୍ତି । ସେହିଭଳି ଏନଡିଏ ଶାସନରେ୨୦୧୪-୨୩ ମଧ୍ୟରେ ୭୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୪୩ ଜଣ ଆହତ ହୋଇଛନ୍ତି । 

Also read: ସହି ହେଲାନି ପତ୍ନୀଙ୍କ ବିୟୋଗ, ନିଜକୁ ଗୁଳି କରି ଜୀବନ ହାରିଲେ ଆଇପିଏସ୍ ଅଫିସର

ସେପଟେ ୨୦୦୨-୨୦୧୪ ମଧ୍ୟରେ ୮୬୭ଟି ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ବେଳେ ୨୦୧୪-୨୩ ମଧ୍ୟରେ ଏନଡିଏ ସରକାରରେ ୪୨୬ ଲାଇନଚ୍ୟୁତ୍ ଘଟଣା ସାମ୍ନାକୁ ଆସିଛି । ୟୁପିଏ ସରକାରରେ ବାର୍ଷିକ ୮୬.୭ ଟି ରେଳ ଲାଇନଚ୍ୟୁତ ଘଟଣା ଘଟିଥିବା ବେଳେ ବିଜେପି ସରକାରରେ ଏହି ସଂଖ୍ୟା ୪୭.୩ ରହିଛି। ୨୦୦୪-୧୪ ମଧ୍ୟରେ ବାର୍ଷିକ ହାରାହାରି ୧୭୧ଟି ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ହେଲେ ୨୦୧୪-୨୩ ମଧ୍ୟରେ ରେଳ ଦୁର୍ଘଟଣା ସଂଖ୍ୟାରେ ୭୧ ପ୍ରତିଶତକୁ ହ୍ରାସ ଘଟିଛି । 

 ସେହିପରି ୨୦୦୦-୨୦୦୧ରେ ୩୫୦ଟି ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ବେଳେ ୨୦୨୨-୨୩ରେ ଏହି ସଂଖ୍ୟା କେବଳ ୩୬ ରହିଛି । ରେଳ ଲାଇନ୍‌ ନବୀକରଣ ପାଇଁ ୨୦୧୫-୨୩ ମଧ୍ୟରେ ଏନଡିଏ ସରକାର ୧୦,୨୦୧ କୋଟି ଆବଣ୍ଟିତ କରିଛି । ଅପରପକ୍ଷେ ୨୦୦୫-୨୦୧୪ ମଧ୍ୟରେ ୟୁପିଏ ସରକାର ଏଥିପାଇଁ ୪୭୦୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.