କ୍ୟାମ୍ପକୋର୍ଟ ଯୋଗୁ ୬୩୫ ଜଣ ଆଜି ପାଇଲେ ଜାମିନ
29/10/2018 at 9:13 PM

ଭୁବନେଶ୍ୱର ୨୯/୧୦: ଆଜି ରାଜ୍ୟର ୩୪ଟି ଜେଲରେ ହୋଇଥିବା କ୍ୟାମ୍ପକୋର୍ଟରେ ୬୬୫ଜଣଙ୍କୁ ଜାମିନ ମିଳିଛି । ରାଜ୍ୟରେ ଓକିଲ ଆନ୍ଦୋଳନ ଯୋଗୁ କୋର୍ଟ ବନ୍ଦ ରହିଛି । ଫଳରେ ଛୋଟମୋଟ ଅପରାଧରେ ଜେଲରେ ରହିଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟ ବେଲ୍ ମିଳି ପାରୁନଥିଲା । ଫଳରେ ରାଜ୍ୟର ସବୁଜେଲରେ କଏଦୀଙ୍କ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଇଥିଲା । ରାଜ୍ୟରେ ଥିବା ୪୩ଟି ଯାକ ଜେଲରେ କ୍ୟାମ୍ପକୋର୍ଟ କରି ଲୋକଙ୍କୁ ନ୍ୟାୟ ଦେବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ ଆଜି ୩୪ଟି ଜେଲରେ କ୍ୟାମ୍ପକୋର୍ଟ ହୋଇଥିବା ବେଳେ ୭ଟି ଯାଗାରେ ଓକିଲଙ୍କ ଆନ୍ଦୋଳନ ଯୋଗୁ ଜେଲ ମଧ୍ୟରେ କ୍ୟାମ୍ପକୋର୍ଟ ହୋଇପାରିନଥିଲା । ସେହିଭଳି କୋରାପୁଟ ଏବଂ ଭଦ୍ରକରେ ଅନ୍ୟ କାରଣ ପାଇଁ କ୍ୟାମ୍ପକୋର୍ଟ ହୋଇପାରିନଥିଲା ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023