ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି ଠାରୁ ଆରମ୍ଭ କରି କୌଶଳ ବିକାଶ, ଅନେକ କ୍ଷେତ୍ର ପାଇଁ ଘୋଷଣା କରାଯାଇଥିବାବେଳେ ପ୍ରତିରକ୍ଷା କ୍ଷେତ୍ରକୁ ଦିଆଯାଇଛି ବିଶେଷ ଗୁରୁତ୍ବ। ପ୍ରତିରକ୍ଷା କ୍ଷେତ୍ର ପାଇଁ ଚଳିତ ଆର୍ଥିକ ବର୍ଷ ପାଇଁ ୬.୨ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ଅର୍ଥମନ୍ତ୍ରୀ। ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୪.୭୯ ପ୍ରତିଶତ ଅଧିକ।
ରିପୋର୍ଟ ଅନୁଯାୟୀ, କେନ୍ଦ୍ର ବଜେଟ ଅନୁଯାୟୀ, ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ୬ ଲକ୍ଷ ୨୧ ହଜାର ୯୪୦ କୋଟି ଟଙ୍କା ଅଟକଳ କରାଯାଇଛି। ଏହି ବଜେଟରେ ଡିଫେନ୍ସ ସେକ୍ଟରକୁ ମଜଭୁତ କରିବା ସହ ଆତ୍ମନିର୍ଭର କରିବାକୁ ପ୍ରୟାସ କରାଯିବ। ବଡ଼ କଥା ହେଉଛି, ସଂପୂର୍ଣ୍ଣ ବଜେଟକୁ ହିସାବକୁ ନେଲେ ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠୁ ଅଧିକ ୧୨.୯ ପ୍ରତିଶତ ଅଟକଳ କରାଯାଇଛି। ସୂଚନାଥାଉକି, ଗତ ବର୍ଷ ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ୫.୯୩ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା।
୪ ଭାଗରେ ବିଭକ୍ତ କରାଯାଇଛି
ପ୍ରତିରକ୍ଷା ବଜେଟକୁ ୪ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗରେ ବର୍ଡର ରୋଡ ଅର୍ଗାନାଇଜେସନ, ଟ୍ରିବ୍ୟୁନାଲ ସହ ସଡ଼କ ଏବଂ ଅନ୍ୟାନ୍ୟ ବିକାଶ ପାଇଁ ୨୫ ହଜାର ୯୬୩ କୋଟି ଟଙ୍କା ରଖାଯାଇଛି। ଦ୍ବିତୀୟ ଭାଗରେ ୨ ଲକ୍ଷ ୮୨ ହଜାର ୭୭୨ କୋଟି ରଖାଯାଇଛି। ଦ୍ବିତୀୟ ଭାଗକୁ ପ୍ରତିରକ୍ଷା କ୍ଷେତ୍ରରେ ଦରମା ପାଇଁ ବ୍ୟବହାର ହେବ। ଏହା ପରେ ତୃତୀୟ ଭାଗରେ ପୁଞ୍ଜିଗତ ବ୍ୟୟ ଅନୁଯାୟୀ ପ୍ରତିରକ୍ଷା କ୍ଷେତ୍ରର ହତିଆର ଏବଂ ଅନ୍ୟ ଜରୁରୀ ଉପକରଣ କିଣିବା ପାଇଁ ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ରଖାଯାଇଛି। ଚତୁର୍ଥରେ ପେନସନ ପାଇଁ ବଜେଟରେ ୧ ଲକ୍ଷ ୪୧ ହଜାର ୨୦୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ଅର୍ଥମନ୍ତ୍ରୀଙ୍କୁ ରାଜନାଥ ସିଂହଙ୍କ ଧନ୍ୟବାଦ
ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ହୋଇଥିବା ବଡ଼ ଅଟକଳକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ‘‘ପ୍ରତିରକ୍ଷା ମନ୍ତ୍ରାଳୟକୁ ଉଚ୍ଚତମ ଆବଣ୍ଟନ ୧୨.୯ ପ୍ରତିଶତ ଦେଇଥିବାରୁ ଅର୍ଥମନ୍ତ୍ରୀଙ୍କ ଧନ୍ୟବାଦ।’’
As far as the allocation to Ministry of Defence is concerned, I thank the Finance Minister for giving the highest allocation to the tune of Rs 6,21,940.85 Crore, which is 12.9 % of total Budget of GoI for FY 2024-25.
— Rajnath Singh (@rajnathsingh) July 23, 2024
The capital outlay of Rs 1,72,000 Crore will further…
ରାଜନାଥ ସିଂହ ଆହୁରି ଲେଖିଛନ୍ତି ସୀମା ସଡ଼କ ପାଇଁ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ‘‘ବିଆରଓକୁ ୬୫୦୦ କୋଟି ଟଙ୍କାର ଏହି ଆବଣ୍ଟନ ଆମର ସୀମାରେ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ।’’ ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା ପାଇଁ iDEX ଯୋଜନା ଅନୁଯାୟୀ ଆର୍ଥକ ପ୍ରୋତ୍ସାହନ ୫୧୮ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।