oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁଟ୍ୟୁବ୍‌ରେ ମୋଦୀଙ୍କ ବିରୋଧରେ ଗର୍ଜୁଥିଲେ ବୃଦ୍ଧ, ଗିରଫ କରିବାକୁ ୟୁପିରୁ ଚେନ୍ନାଇ ପହଞ୍ଚିଲା ପୋଲିସ

15/08/2021 at 7:02 PM

ଲକ୍ଷ୍ନୌ ୧୫/୦୮: ୟୁଟ୍ୟୁବ୍‌ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନଜନକ ଟିପ୍ପଣୀ କରୁଥିବା ବୃଦ୍ଧକୁ ଗିରଫ କଲା ପୋଲିସ । ଉତ୍ତରପ୍ରଦେଶର ଏକ ପୋଲିସ ଟିମ୍‌ ଅଭିଯୁକ୍ତକୁ ଚେନ୍ନାଇରୁ ଗିରଫ କରିଛି । ବୃଦ୍ଧ ମନମୋହନ ମିଶ୍ରଙ୍କ ବୟସ ୬୨ ବର୍ଷ ହୋଇଥିବା ବେଳେ ସେ ଉତ୍ତରପ୍ରଦେଶର ଜୈନପୁରର ମୂଳନିବାସୀ ବୋଲି ଜଣାପଡ଼ିଛି। ମନମୋହନ ମିଶ୍ର ନାମରେ ତାର ଏକ ୟୁଟ୍ୟୁବ ଚ୍ୟାନେଲ ଥିବା ବେଳେ ସେ ଗତ ୩୫ ବର୍ଷ ହେଲା ଚେନ୍ନାଇରେ ରହୁଛି ।

ପାନ କାର୍ଡ ଏବଂ ଆଧାର କାର୍ଡ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ମିଶ୍ର ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛି । ଏପରିକି ସେ କେବଳ ମୋଦୀ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରି ଭିଡିଓ ପୋଷ୍ଟ କରୁଥିଲା ବୋଲି ପୋଲିସ କହିଛି । ଉତ୍ତରପ୍ରଦେଶରେ ଲୋକପ୍ରିୟତା ସାଉଁଟିଥିଲା ମନମୋହନ। କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଦର୍ଶକ ଏଥିରେ ଆପତ୍ତି କରି କୋତବାଲି ପୋଲିସ ଷ୍ଟେସନ୍‌ରେ ଏତଲା ଦେଇଥିଲେ ।

କିନ୍ତୁ ପୋଲିସ ଅନୁସାରେ, ବୃଦ୍ଧ ଉପରେ ଏହି କାର୍ଯ୍ୟାନୁଷ୍ଠାନ ୬ ମାସ ପୂରୁଣା ଭିଡିଓକୁ ନେଇ ହୋଇଛି। ସେ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ତଫା ଦାବି କରିଥିଲା। ଏବେ ଉତ୍ତରପ୍ରଦେଶ ପୋଲିସ ମିଶ୍ରକୁ ଗିରଫ କରିବା ସହ ମାଧବରନ କୋର୍ଟରେ ହାଜର କରିଛି। ପ୍ରାୟ ଭିଡିଓରେ ମନମୋହନ ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣୁଥିବା ଦେଖିବାକୁ ମିଳିଛି ।

   Related Posts