ନୂଆଦିଲ୍ଲୀ ୨୫।୧୨: ସଂଶୋଧିତ କୃଷି ଆଇନ ଏବେ ଦେଶରେ ଚାଷୀଙ୍କ ଲାଗି ସମ୍ମାନର ପ୍ରସଙ୍ଗ ପାଲଟିଲାଣି। ଏବେ ହୁଏତ ସରକାର ଆଇନ ପ୍ରତ୍ୟାହାର କରିବେ ନଚେତ ଏହାର ପରିଣାମ ପାଇଁ ପ୍ରସ୍ତୁତ ହେବେ। ଏହାର ପ୍ରମାଣ ଭାବେ ପାଟିୟାଲାର ୬୨ ବର୍ଷ ବୟସ୍କା ମଞ୍ଜିତ କୌରଙ୍କୁ ନିଆଯାଇପାରେ। ଆନ୍ଦୋଳନରତ ଚାଷୀଙ୍କ ଉତ୍ସାହ ବୃଦ୍ଧି ସହ ଆନ୍ଦୋଳନରେ ସାମିଲ ହେବା ଲାଗି ମଞ୍ଜିତ ଓ ଅନ୍ୟ ୫ ଜଣ ମହିଳା ପଟିୟାଲାରୁ ଜିପ୍ ଚଳାଇ ଦିଲ୍ଲୀର ସିଂଘୁ ବର୍ଡରରେ ପହଞ୍ଚିଛନ୍ତି। ସେମାନଙ୍କ ଦୁଃସାହାସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
wp:embed {"url":"https://twitter.com/LogicalIndians/status/1341974268427452416","type":"rich","providerNameSlug":"twitter","responsive":true,"className":""} /wp:embedମଞ୍ଜିତ କୌର(୬୨) ଓ ତାଙ୍କ ସାଥୀମାନଙ୍କ ପ୍ରଥମ ଫଟୋ ‘କିସାନ ଏକତା ମୋର୍ଚ୍ଚା’ ଟ୍ୱିଟ୍ ହ୍ୟାଣ୍ଡଲରେ ସେୟାର ହୋଇଥିଲା। ଦେଖୁ ଦେଖୁ ବନାଗ୍ନି ଭଳି ବ୍ୟାପିଯାଇଛି। ନିଜେ ତାପସୀ ପନ୍ନୁ ଏହାକୁ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ଯାହାର ଶିର୍ଷକ ରଖିଛନ୍ତି ‘ଚକ୍ଦେ ଫଟଟେ’ । ସୋସିଆଲ ମିଡିଆରେ ଲୋକେ ମଞ୍ଜିତ ଓ ତାଙ୍କ ମସବୟସ୍କା ସାଥୀଙ୍କ ଦୁଃସାହାସକୁ ତାରିଫ କରୁଛନ୍ତି। ମହିଳାଙ୍କୁ ଉତ୍ସାହିତ କରିବା ଲାଗି ମଞ୍ଜିତ ବାସ୍ତବରେ ପ୍ରେରଣାଦାୟୀ ବୋଲି ଲୋକେ କମେଣ୍ଟ କରୁଛନ୍ତି।