ସବୁ ରେକର୍ଡ ଭାଙ୍ଗିଲା ଆମେରିକା ! ଗୋଟିଏ ଦିନରେ ୬୧ ହଜାର ନୂଆ ମାମଲା, ତଥାପି ଟ୍ରମ୍ପ୍ କହିଲେ, ସ୍କୁଲ ନ ଖୋଲିଲେ ଫଣ୍ଡିଙ୍ଗ୍ ବନ୍ଦ

Published By : Prameya-News7 Bureau | July 09, 2020 IST

ୱାସିଂଟନ ୦୯/୦୭ : ବିଶ୍ୱର ସବୁଠାରୁ ବିକଶିତ ଦେଶ ଆମେରିକାରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି | ଆମେରିକାରେ କରୋନା ପୂର୍ବ ଅପେକ୍ଷା ଆହୁରି ବେଗରେ ବଢି ଚାଲିଛି | ବୁଧବାର ଦିନ ଆମେରିକାରେ ୬୧ ହଜାର ନୂଆ ମାମଲା ସାମ୍ନାକୁ ଆସିଛି | ନୂଆ ପରେ ଆମେରିକାରେ ସଂକ୍ରମଣ ସଂଖ୍ୟା ୩୦ ଲକ୍ଷରୁ ଅଧିକ ହୋଇଛି | ଜନ୍ ହପକିନ୍ସ୍ ୟୁନିଭର୍ସିଟି ଅନୁଯାୟୀ, ଗତ ସପ୍ତାହରେ ଆମେରିକାର ୩୫ ରାଜ୍ୟରୁ ନୂଆ ମାମଲା ବୃଦ୍ଧି ପାଇଛି | ତଥାପି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ସଂକ୍ରମଣ ନିୟନ୍ତ୍ରଣରେ ରହିଛି | ଦେଶରେ ସ୍କୁଲ ଖୁବ ଶୀଘ୍ର ଖୋଲି ଦିଆଯିବ ଉଚିତ ବୋଲି ଟ୍ରମ୍ପ କହିଛନ୍ତି | ସଂକ୍ରମଣ ବୃଦ୍ଧି ପାଉଥିଲେ ସୁଦ୍ଧା ହ୍ୱାଇଟହାଉସ ସ୍କୁଲ ଖୋଲିବାକୁ ଚାପ ପକାଉଛି | ରାଷ୍ଟ୍ରପତି ଟ୍ରମ୍ପ ବୁଧବାର ଦିନ କହିଛନ୍ତି ଯେ ସ୍କୁଲ ନ ଖୋଲିଲେ ତାଙ୍କୁ ଦିଆଯାଉଥିବା ଫଣ୍ଡିଙ୍ଗ କାଟିଦିଆଯିବ | ସ୍କୁଲ ସହିତ ଜଡିତ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ଶନ୍ ଗାଇଡଲାଇନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି | ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସ୍ କହିଛନ୍ତି ଯେ ସେ ସୁରକ୍ଷିତ ଭାବରେ ପୁଣି ସ୍କୁଲ ଖୋଲି ପାରିବେ | ଜନ୍ ହପକାନ୍ସ ୟୁନିଭର୍ସିଟି ଅନୁସାରେ ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟା ୩୦ ଲକ୍ଷ ପାର କରିସାରିଥିବା ବେଳେ ଲକ୍ଷେ ୩୧ ହଜାର ପ୍ରାଣ ହରାଇ ସାରିଛନ୍ତି | 

ବୁଧବାର ଦିନ କାଲିଫର୍ନିଆ ଏବଂ ଟେକ୍ସସରେ ୨୪ ଘଣ୍ଟାରେ ୧୦-୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା | ଏହା ଏବେ ସୁଦ୍ଧାର ରେକର୍ଡ | ମାମଲା ଲଗାତାର ବଢୁଥିବା ସତ୍ତ୍ୱେ ହ୍ୱାଇଟ୍ ହାଉସ୍ ସ୍କୁଲ ସମେତ ଆହୁରି କିଛି ଜାଗା ଖୋଲିବାକୁ ଚାହୁଁଚି | କରୋନା ଭାଇରସ୍ ଟାସ୍କ ଫୋର୍ସର ନେତୃତ୍ୱ ନେଇଥିବା ଉପ-ରାଷ୍ଟ୍ରପତି ମାଇକ୍ ପେନ୍ସ୍ କହିଛନ୍ତି ଯେ ନିୟମ ବେଶୀ କଡାକଡି ହେବ ଉଚିତ ନୁହେଁ | ମାମଲା ହ୍ରାସ ପାଉଥିବା ସେ କହିଛନ୍ତି | ଅପରପକ୍ଷରେ କରୋନା ଭାଇରସକୁ ନେଇ ହ୍ୱାଇଟ୍ ହାଉସର ପରାମର୍ଶଦାତା ଓ ସଂକ୍ରାମକ ବିଶେଷଜ୍ଞ ଏଂଥନୀ ଫାଂସି କହିଛନ୍ତି ଯେ କରୋନା ଭାଇରସର ପ୍ରଥମ ଲହରୀରେ ଦେଶ ଆଣ୍ଠେଇ ପଡ଼ିଲାଣି |

ବୁଧବାର ଦିନ ପେନ୍ସ୍ କରୋନା ମହାମାରୀ ମୁକାବିଲା ନେଇ ଟ୍ରମ୍ପ୍ ପ୍ରଶାସନ ସପୋର୍ଟ କରି କହିଥିଲେ ଯେ, ଦେଶସାରା ସ୍ୱାସ୍ଥ୍ୟକର୍ମୀ ଅସାଧାରଣ କାମ କରିଛନ୍ତି | ଦେଶର ମୃତ୍ୟୁହାର ଲଗାତାର କମ୍ ହେଇଚି ଏବଂ ସ୍ଥିର ରହିଛି | ଏହାସହ ଆମେରିକାର ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଓ ପ୍ରିଭେନ୍ଶନ୍ ସ୍କୁଲ ଖୋଲିବା ପାଇଁ ନୂଆ ଗାଇଡଲାଇନ୍ ଜାରି କରିବ | ଏହାପୂର୍ବରୁ ଏକ୍ସପର୍ଟ ବଡିର ଏକ ଯୋଜନାକୁ ସମାଲୋଚନା କରି ଟ୍ରମ୍ପ କହିଥିଲେ ଯେ ପତ୍ରଝଡ଼ା ପରେ ଯେଉଁ ସବୁ ସ୍କୁଲ ଖୋଲିବନି ସେମାନଙ୍କ ଫଣ୍ଡିଙ୍ଗ୍ ବନ୍ଦ କରିଦିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.