Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବଢ଼ୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା, ୫ବର୍ଷରେ IIT, NIT ଓ IIMରେ ୬୧ ପିଲା ନେଇଛନ୍ତି ଚରମ ନିଷ୍ପତ୍ତି, ରାଜ୍ୟସଭାରେ ତଥ୍ୟ ରଖିଲେ ସରକାର

17/03/2023 at 10:55 AM

ନୂଆଦିଲ୍ଲୀ: ଆଇଆଇଟି, ନିଟ୍ ଓ ଆଇଆଇଏମରେ ବଢ଼ୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମୃତ୍ୟୁ ସଂଖ୍ୟା । ୨୦୧୮-୨୩ ମଧ୍ୟରେ ଶିକ୍ଷାନୁଷ୍ଠାନରେ ପ୍ରାୟ ୬୧ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପାଠପଢା ଚାପ, ଘରୋଇ ଟେନସନ, ମାନସିକ ଚାପ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ସହିତ ସଂଘର୍ଷ ନକରି ପାଇଁ ମୃତ୍ୟୁର କଣ୍ଟକ ପଥକୁ ବାଛି ନେଉଛନ୍ତି ଛାତ୍ରଛାତ୍ରୀମାନେ । ଏନେଇ ରାଜ୍ୟସଭାରେ କଂଗ୍ରେସ ସାସଂଦଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଡା. ସୁବାଷ ସରକାର ।

ରିପୋର୍ଟ ଅନୁଯାୟୀ, ଆଇଆଇଟି, ନିଟ୍ ଓ ଆଇଆଇଏମରେ ଗତ ବର୍ଷରେ ୬୧ଜଣ ଛାତ୍ରଛାତ୍ରୀ ମୃତର ଚରମ ରାସ୍ତାକୁ ବାଛି ନେଇଛନ୍ତି । ବିଶ୍ବ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଚାପ କମ୍ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉଠାଇଛନ୍ତି କେନ୍ଦ୍ର ସରକାର ।  ରାଜ୍ୟସଭାରେ କେନ୍ଦ୍ର ରାଷ୍ଟ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ନ୍ୟାସନାଲ ଏଡୁକେସନ ପଲିସି ୨୦୨୦ ଅନୁଯାୟୀ,  ଛାତ୍ରଛାତ୍ରୀଙ୍କ ମାନସିକ ଚାପ କମ୍ କରିବା ପାଇଁ ବିଶ୍ବ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପରାମର୍ଶ କେନ୍ଦ୍ର ଗଠନ କରାଯାଇଛି । ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ସହିତ ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାଙ୍କୁ ନିୟୋଜିତ କରାଯାଉଛି । ବିଭିନ୍ନ ପ୍ରକାର ଚାପ କମାଇବା ପାଇଁ ସ୍ପୋର୍ଟ୍ସ କ୍ଲବ, ଇକୋ କ୍ଲବ୍, କ୍ଲବ୍ ଆକ୍ଟିଭିଟ୍ ସେଣ୍ଟର ଆଦି ଗଠନ କରାଯାଇ ସେଥିରେ ଭାଗ ନେବା କୁହାଯାଉଛି ।

ସେହିପରି ଛାତ୍ରଛାତ୍ରୀ ଆତ୍ମହତ୍ୟା ରୋକିବା ପାଇଁ ବିଶ୍ବ ବିଦ୍ୟାଳୟ ଗ୍ରାଣ୍ଟ କମିଶନ ଦ୍ବାରା ବିଭିନ୍ନ ଆୟୋଗ ଗଠନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ରାଜ୍ୟସଭା କହିଛନ୍ତି । ପିଲାଙ୍କ ପାରିବାରିକ ଓ ମାନସିକ ଚାପ କମାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ  ମନଦର୍ପଣ ଗଠନ କରାଯାଇଛି। ଏହି ସଂସ୍ଥା ଛାତ୍ରଛାତ୍ରୀଙ୍କ ମନୋବଳଦ ଦୃଷ୍ଟ କରିବା ସହିତ ପାଠପଢ଼ାରେ ସହଯୋଗ କରୁଛି । ଆତ୍ମହତ୍ୟା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

 

   Related Posts