ନାହିଁ ଦ୍ଵିତୀୟ ସଂକ୍ରମଣର ଆଶଙ୍କା, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୦୫ ଆକ୍ରାନ୍ତ
5/12/2020 at 7:58 PM

ଭୁବନେଶ୍ଵର ୦୫।୧୨: ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଯାହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ଏହି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା।କାରଣ ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିବା ସଭିଙ୍କ ଚିନ୍ତାକୁ ହ୍ରାସ କରିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୫, ୨୭୦କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଶନିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।
Another 605 Covid patients have recovered and are being discharged on 05.12.2020
— H & FW Dept Odisha (@HFWOdisha) December 5, 2020
67 from Cuttack
67 from Khordha
67 from Sundargarh
63 from Anugul
37 from Mayurbhanj
35 from Kalahandi
26 from Kendrapara
24 from Keonjhar
20 from Bargarh
20 from Bolangir
20 from Nuapada
ବିଭାଗ ଅନୁଯାୟୀ ରାଜ୍ୟରେ ଆଜି କଟକରୁ ସର୍ବାଧିକ ୬୭ ଜଣ ସୁସ୍ଥ ହୋଇଛନ୍ତି। ଏହି ପରି ଖୋର୍ଦ୍ଧାରୁ ୬୭, ସୁନ୍ଦରଗଡରୁ ୬୭, ଅନୁଗୁଳରୁ ୬୩, ମୟୂରଭଞ୍ଜରୁ ୩୭, କଳାହାଣ୍ଡିରୁ ୩୫, କେନ୍ଦ୍ରାପଡାରୁ ୨୬, କେନ୍ଦୁଝରରୁ ୨୪, ବରଗଡରୁ ୨୦, ବଲାଙ୍ଗୀରରୁ ୨୦, ନୂଆପଡାରୁ ୨୦, ଯାଜପୁରରୁ ୧୭, ପୁରୀରୁ ୧୫, ଝାରସୁଗୁଡାରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ଵରରୁ ୧୨, ଜଗତସିଂହପୁରରୁ ୧୨, ଭଦ୍ରକରୁ ୧୧, କନ୍ଧମାଳରୁ ୯, ଢେଙ୍କାନାଳରୁ ୬, ଗଞ୍ଜାମରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ବୌଦ୍ଧରୁ ୩, ଗଜପତିରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୩, ଦେବଗଡରୁ ୨ ଓ ସୋନପୁରରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି।
3 from Nabarangpur
— H & FW Dept Odisha (@HFWOdisha) December 5, 2020
2 from Deogarh
2 from Sonepur
17 from State Pool
The total recovered cases of Odisha now stand at 315270
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୦୮୦୩କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୬୫ରେ ପହଞ୍ଚିଛି।