'କୁକୁରଟିଏ ମଲେ କାନ୍ଦନ୍ତି ଦିଲ୍ଲୀ ନେତା, କୃଷକ ଆନ୍ଦୋଳନରେ ୬୦୦ ସହିଦ ହେଲା ପରେ ସରକାର ଚୁପ୍', କେନ୍ଦ୍ର ଉପରେ ବର୍ଷିଲେ ରାଜ୍ୟପାଳ

Published By : Prameya-News7 Bureau | November 07, 2021 IST

ନୂଆଦିଲ୍ଲୀ ୦୭।୧୧: କୁକୁରଟିଏ ମଲେ ଦିଲ୍ଲୀର ନେତା ଶୋକ ମନାନ୍ତି। ହେଲେ କୃଷକ ଆନ୍ଦୋଳନରେ ୬୦୦ କୃଷକ ସହିଦ ହୋଇଗଲେ, ସେମାନଙ୍କ ଉଦ୍ଦେଶ୍ୟରେ ସଂସଦରେ ପ୍ରସ୍ତାବଟିଏ ମଧ୍ୟ ରଖାଗଲାନି। ଏମିତି ଶାଣିତ ଶବ୍ଦରେ କେନ୍ଦ୍ରର ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ।

ସେ କୃଷକ ଆନ୍ଦୋଳନକୁ ନେଇ ପୁଣି ଥରେ ମୋଦୀ ସରକାରଙ୍କୁ ନିଶାଣ କରିଛନ୍ତି। ନିକଟରେ ସେ ଅନେକ ଥର କୃଷକ ପ୍ରସଙ୍ଗକୁ ନେଇ ସରକାର ଏବଂ ବିଜେପିକୁ ସମାଲୋଚନା କରି ସାରିଛନ୍ତି। ଏହି କ୍ରମରେ ରବିବାର ସେ ଖୋଲାଖୋଲି ସରକାରଙ୍କ ଆଭିମୁଖ୍ୟ ପ୍ରତି ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ପାର୍ଟିର ଆଭିମୁଖ୍ୟଠୁ ହଟି ସତ୍ୟପାଲ ମଲିକ ସ୍ପଷ୍ଟ କରିଛନ୍ତି ଯେ, ସେ ଦିଲ୍ଲୀର ସେହି ୨-୩ ଲୋକଙ୍କ ଇଚ୍ଛା ବିରୋଧରେ କହୁଛନ୍ତି, ଯେଉଁମାନେ ତାଙ୍କୁ ରାଜ୍ୟପାଳ କରିଛନ୍ତି। ଯେବେ ସେମାନେ କହିବେ ମୁଁ ତୁରନ୍ତ ରାଜ୍ୟପାଳ ପଦରୁ ଇସ୍ତଫା ଦେବି। ମଲିକ କହିଛନ୍ତି, କୃଷକଙ୍କ ଆନ୍ଦୋଳନରେ ୬୦୦ ଲୋକ ସହିଦ ହୋଇଗଲେ, ତଥାପି ଲୋକସଭାରେ ପ୍ରସ୍ତାବଟିଏ ପାରିତ  କରାଗଲା ନାହିଁ। କିନ୍ତୁ କୁକୁରଟିଏ ମରିଗଲେ ଦିଲ୍ଲୀର ନେତା ଶୋକ ସନ୍ଦେଶ ଜାରି କରନ୍ତି।

wp:html /wp:html

ଜୟପୁରରେ ଏକ କାର୍ଯ୍ୟକ୍ରମରେ ସତ୍ୟପାଲ ମଲିକ୍ କହିଛନ୍ତି, ଦେଶରେ ଏତେ ବଡ ଆନ୍ଦୋଳନ  ଆଜି ପର୍ଯ୍ୟନ୍ତ ଚାଲିନଥିଲା, ଯେଉଁଥିରେ ୬୦୦ ଜଣ ସହିଦ ହୋଇଛନ୍ତି। କୁକୁରଟିଏ ମଲେ ଦିଲ୍ଲୀର ନେତା ଶୋକ ସନ୍ଦେଶ ଜାରି କରନ୍ତି, ହେଲେ ୬୦୦ କୃଷକଙ୍କ ପ୍ରସ୍ତାବ ଲୋକସଭାରେ ଗୃହୀତ ହୋଇ ପାରିଲା ନାହିଁ।

ମଲିକ୍ କହିଛନ୍ତି, ବର୍ତ୍ତମାନ ଦେଶରେ କୃଷକ ପ୍ରସଙ୍ଗ ପ୍ରମୁଖ ରହିଛି, ମୁଁ ଏହା ଉପରେ କିଛି କହିଲେ ବିବାଦ ହେଉଛି। ଏହି ଖବରକାଗଜବାଲା ଏମିତି କରି ଦେଉଛନ୍ତି ଯେ, ମୁଁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରୁଛି ଯେ, ଦିଲ୍ଲୀରୁ ମୋ ପାଖକୁ କୌଣସି  ଫୋନ କଲ୍ ଆସି ଯିବନି ତ। ସରକାରଙ୍କ ବିରୋଧରେ ଏତେ ସବୁ ଟିପ୍ପଣୀ ପରେ ମଧ୍ୟ ମଲିକଙ୍କୁ ରାଜ୍ୟପାଳ ପଦରୁ ହଟାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.