ପୁଣି ‘ମୋ ବସ୍’ରେ ପକେଟ ମାର୍: ଯାତ୍ରୀଙ୍କ ଠାରୁ ଲୁଟିନେଲେ ୬୦ ହଜାର,ଲୁଟେରାଙ୍କୁ ଖୋଜୁଛି ପୋଲିସ

Published By : Prameya-News7 Bureau | May 26, 2024 IST

ଭୁବନେଶ୍ବର ୨୬/୫: ସୁରକ୍ଷିତ ନୁହେଁ କି ‘ମୋ ବସ୍‌’ରେ ଯାତ୍ରା । କେତେବେଳେ ଅଧାରାସ୍ତାରେ ଧୋକା ଦେଉଛି ତ ଆଉ କେତେବେଳେ ବସ୍‌ ଭିତରେ ହେଉଛି ପକେଟ୍‌ ମାର । ରବିବାର ପୁଣି ଥରେ ୧୮ ନମ୍ବର ‘ମୋ ବସ୍‌’ରୁ ଲୁଟ୍‌ ଅଭିଯୋଗ ଆସିଛି । ଭିଡର ଫାଇଦା ନେଇ ଟଙ୍କା ଲୁଟିନେଇଛନ୍ତି ଲୁଟେରା ।

ଲୁଟ୍‌ର ଶିକାର ହୋଇଛନ୍ତି ରାଜଧାନୀର ବୃନ୍ଦାବନ ସାହୁ । ପୁଅକୁ ଦେଖିବାକୁ ନୟାପଲ୍ଲୀରୁ ଏମ୍ସ ହସ୍‌ପିଟାଲ ଯିବାକୁ ବସ୍‌ରେ ଚଢିଥିଲେ ବୃନ୍ଦାବନ । ତାଙ୍କ ନିକଟରେ ୪ରୁ ୫ ଜଣ ଲୋକ ଭିଡ ଜମାଇଥିଲେ । ଆଉ ଏଇ ସୁଯୋଗରେ ଟଙ୍କା ଗାୟବ କରି ଓହ୍ଲାଇ ଯାଇଥିଲେ ।

କିଛି ସମୟ ପରେ ପକେଟରେ ୬୦ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ ବୃନ୍ଦାବନ । ଟଙ୍କା ଲୁଟ୍‌ ସଂପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଏତଲା ଆଧାରରେ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ । 

You Can Read:

ବୌଦ୍ଧ ଝାଙ୍କରପଡା ଗାଁରେ ଅଘଟଣ,ମଟର ପମ୍ପରେ ପାଣି କାଢୁଥିବାବେଳେ କରେଣ୍ଟ ଲାଗି ଜଣଙ୍କ ମୃତ୍ୟୁ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.