ସ୍ନାନପୂର୍ଣ୍ଣମୀ ପାଇଁ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହ ମୁତୟନ ହେବେ ୧୦୦ ଅଧିକାରୀ

Published By : Prameya-News7 Bureau | May 31, 2023 IST

ପୁରୀ ୩୧।୫: ଜୁନ୍ ୪ରେ ପବିତ୍ର ସ୍ନାନଯାତ୍ରା ଥିବାରୁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଟାଉନ ଥାନାଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।‌ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ, ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ । ବଡଦାଣ୍ଡକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଛି । ସ୍ନାନପୂର୍ଣ୍ଣମୀ ପୂର୍ବଦିନ ଟ୍ରାଫିକ କଟକଣା ଲାଗୁ ହେବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ନୋ ଭେଇକିଲ ଜୋନ୍ କରାଯିବ ବୋଲି କହିଛନ୍ତି ପୁରୀ ଏସପି ।‌

{"id":795734,"sizeSlug":"full","linkDestination":"none"}

ସେହିପରି ଯାନବାହାନ ରଖିବା ପାଇଁ ୧୨ଟି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ମଙ୍ଗଳବାର ତିନି ରଥର ଚାରି ନାହାକା ଉଠିବା ପରେ ବୁଧବାର ଛନ୍ଦାଗୟଳର‌ ବାନ୍ଧେଣୀ ପଡୁଛି । ଛନ୍ଦାଗୟଳ, ନିରାଡିରେ କାପ କରାଯିବା ପରେ ଏଥିରେ ଓଝା ସେବକମାନେ କଣ୍ଟା ବାଡିଆ କାର୍ଯ୍ୟ କରିଛନ୍ତି ।

{"id":795735,"sizeSlug":"full","linkDestination":"none"}

ସେହିପରି ରୂପକାର ସେବକମାନେ ତିନି ରଥର ସିଂହାସନର ଚିତ୍ର ଖୋଦେଇ ସାରି ନାଟ ଗୋଡରେ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଓଝା ସେବକମାନେ କମାରଶାଳରେ ଯୋଖା କଣ୍ଟା ଏବଂ ଧ୍ବଜ ବତା କଣ୍ଟା ନିର୍ମାଣ କରୁଛନ୍ତି । 

{"id":795736,"sizeSlug":"full","linkDestination":"none"}

ସେପଟେ ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ଅବସରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ଶ୍ରୀମନ୍ଦିର ସିଂହଦ୍ଵାରକୁ ବିଭିନ୍ନ ପ୍ରକାର ଫୁଲରେ ଅତି ସୁନ୍ଦର ଭାବେ ସାଜସଜ୍ଜା କରାଯାଇଛି । ତେଲିଙ୍ଗି ବାଇଦ ବାଜାରେ ସିଂହଦ୍ଵାରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରରେ ଆଜି ବିଶେଷ ନୀତି ଥିଲେ ମଧ୍ୟ ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଦେବୀ ରୁକ୍ମିଣୀ ସାଜିବେ ମା’ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ସାଜିବେ ପ୍ରଭୁ ଶ୍ରୀକୃଷ୍ଣ ।

{"id":795737,"sizeSlug":"full","linkDestination":"none"}

ତେବେ ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଚିଠି ଲେଖି ଶ୍ରୀକୃଷ୍ଣଙ୍କୁ ଜଣାଇଥିବେ । ଯୋଜନା ଅନୁସାରେ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ଶିଶୁପାଳ ପ୍ରତିରୋଧ କରିବାରୁ ଘମାଘୋଟ ଲଢେଇ ହେବ । ତେବେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ଶ୍ରୀମନ୍ଦିରର ସେବକମାନେ ଏହି ନୀତି ଦେବତାଙ୍କ ପକ୍ଷରୁ ସମ୍ପାଦନ କରିଥାନ୍ତି ବୋଲି ଗବେଷକ କହିଛନ୍ତି । ମହାପ୍ରଭୁଙ୍କ ଏହି ବିବାହ ଉତ୍ସବ ଦେଖିବା ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

You Can Read :

wp:embed {"url":"https://www.prameyanews7.com/oldman-mruta-in-elephant-attack-in-dhenkanal-5/","type":"wp-embed","providerNameSlug":"prameya-news-7"}
https://www.prameyanews7.com/oldman-mruta-in-elephant-attack-in-dhenkanal-5/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.