ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟାର ୬୦ ପ୍ରତିଶତ ଲୋକେ ନେଇ ନଥିଲେ ଟିକା, ଅଧ୍ୟୟନରୁ ଖୁଲାସା

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ,୨୨/୦୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲୋକଙ୍କ ଜୀବନ ନେଉଛି ମହାମାରୀ । ତେବେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟାର ୬୦ ପ୍ରତିଶତ ଟିକା ନେଇ ନଥିବା କିମ୍ୱା ସମ୍ପୂର୍ଣ୍ଣ ଟିକାକରଣ ନହେବା ଯୋଗୁଁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ କରିଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି।

ଏହାସହ ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୭୦ ବର୍ଷରୁ ଅଧିକ କିମ୍ୱା ଅନ୍ୟ କୌଣସି ଗୁରୁତର ରୋଗରେ ପୀଡିତ ଥିଲେ । କର୍ତ୍ତୃପକ୍ଷଙ୍କ ତଥ୍ୟ ଅନୁସାରେ, ହସ୍ପିଟାଲରେ ୮୨ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରୁ ୬୦ ପ୍ରତିଶତ ଟିକା ନେଇନାହାନ୍ତି କିମ୍ୱା ସେମାନଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇନାହିଁ।

ସେହିପରି କରୋନାର ତୃତୀୟ, ଦ୍ୱିତୀୟ ଏବଂ ପ୍ରଥମ ଲହରରେ ଅକ୍ସିଜେନର ଆବଶ୍ୟକତାର ଏକ ତୁଳନାତ୍ମକ ଅଧ୍ୟୟନ କରାଯାଇଛି । ତୃତୀୟ ଲହରରେ ୨୩.୪ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ରହୁଥିବା ବେଳେ ଦ୍ୱିତୀୟ ଲହରରେ ୭୪ ଏବଂ ପ୍ରଥମ ଲହରରେ ୬୩ ପ୍ରତିଶତ ଲୋକଙ୍କୁ ଅକ୍ସିଜେନର ଦରକାର ପଡିଥିଲା ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.