ଖୋର୍ଦ୍ଧା ବେଗୁନିଆ ନିକଟରୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୬୦ଲକ୍ଷ ଟଙ୍କା

Published By : Prameya-News7 Bureau | November 08, 2018 IST

ଖୋର୍ଦ୍ଧା ୮|୧୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟସ୍ଥ ଗେଡିଆପଲ୍ଲୀଠାରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଦୁଇ ଜଣ ଅଧିକାରୀଙ୍କଠାରୁ ୬୦ଲକ୍ଷ ଟଙ୍କା ଲୁଟ୍ ହୋଇଛି । ସୂଚନାଯୋଗ୍ୟ ଯେ, ଏଲ ଆଣ୍ଡ୍ ଟି ଫାଇନାନ୍ସ କମ୍ପାନୀର ଦୁଇ ଜଣ କର୍ମଚାରୀ କାର୍ ଯୋଗେ ନରସିଂହପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ । ଏମାନେ କ୍ଲାଏଣ୍ଟମାନଙ୍କଠାରୁ ୬୦ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରି କାର୍ ରେ ରଖିଥିଲେ । ତେବେ ବେଗୁନିଆ ନିକଟସ୍ତ ଗେଡିଆପଲ୍ଲୀଠାରେ ଦୁଇଟି ପଲସର ବାଇକ୍ ରେ ୬ଜଣ ଦୁର୍ବୃତ୍ତ ଆସି କାରକୁ ଅଟକାଇଥିଲେ । କାର୍ ଟି ଅଟକିବା ମାତ୍ରେ ଦୁର୍ବୃତ୍ତମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୬୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଦୁର୍ବୃତ୍ତମାନେ ମୁହଁରେ କନା ଗୁଡାଇ ରଖିଥିବା ଜଣାପଡିଛି । ଘଟଣା ସଂକ୍ରାନ୍ତରେ ଖୋର୍ଦ୍ଧା ଓ ବେଗୁନିଆ ପୋଲିସ ଅନୁସନ୍ଧାନ ଚଳାଇଛି । ଗତ କିଛି ଦିନ ହେଲା ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଲୁଟ୍ ଘଟଣା ବଢିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.