୬୦ ଫୁଟ୍ ବୋର୍ଓ୍ବେଲରେ ଫସିଲା ୬ ବର୍ଷର ବାଳକ, ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ୍
10/01/2023 at 5:56 PM

ନୂଆଦିଲ୍ଳୀ, ୧୦/୦୧: ଖେଳୁଥିବା ସମୟରେ ୬୦ ଫୁଟ୍ର ବୋର୍ ଓ୍ବେଲ୍ରେ ଖସିପଡ଼ିଲା ୬ ବର୍ଷର ବାଳକ। ପୁଣି ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ହାପୁର ଠାରେ। ପିଲାଟି ଅଧିକ ସମୟ ଧରି ଘରକୁ ନଫେରିବାରୁ ଘରଲୋକ ଖୋଜିଥିଲେ। ତେବେ ନିକଟରେ ଏକ ବୋର୍ଓ୍ବେଲ୍ରୁ କାନ୍ଦିବା ଶବ୍ଦ ଶୁଣିବା ପରେ ଘଟଣା ଜଣା ପଡ଼ିଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ପହଞ୍ଚି ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଜୁନ୍ ମାସରେ ଛତିଶଗଡ଼ରେ ମାଲଖରୌଦାରେ ଜଣେ ୧୦ ବର୍ଷର ଶିଶୁ ପ୍ରାୟ ୬୦ ଫୁଟ୍ ବୋରଓ୍ବେଲ୍ରେ ଫସିଥିଲା। ଦୀର୍ଘ ୧୦୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର କରାଯାଇଥିଲା। ସେହିପରି ଡିସେମ୍ବରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ମଧ୍ୟପ୍ରଦେଶରେ। ଏଠାରେ ବୋରଓ୍ବେଲରେ ଜଣେ ୬ ବର୍ଷର ଶିଶୁ ଫସିଯାଇଥିଲା। କିନ୍ତୁ ଅନେକ ଚେଷ୍ଟା ସତ୍ତେ୍ବ ମଧ୍ୟ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇପାରିନଥିଲା।