୬ ବର୍ଷର ବାଳକ, ଡାକ୍ତର ବି ଜାଣି ପାରୁନାହାଁନ୍ତି ପୁଅ କି ଝିଅ : ଅଭିଶପ୍ତ ଜୀବନରୁ ମୁକ୍ତି ପାଇଁ ଅର୍ଥ ହୋଇଛି ବାଧକ

Published By : Prameya-News7 Bureau | November 03, 2018 IST

ଭଦ୍ରକ ୩|୧୧: ଛଅ ବର୍ଷ ହେଲାଣି, ଏଯାଏଁ ଶିଖିନି ଅ ଆ । ସ୍କୁଲକୁ ଯାଇ ପାରୁନି , କି ଗାଁ ଦାଣ୍ଡରେ କାହା ସହ ଖେଳି ପାରୁନି । ଦେହରୁ ବାହାରୁଛି ଦୁର୍ଗନ୍ଧ । ଆଉ ପ୍ରତି ମୁହୂର୍ତରେ ପରିସ୍ରା ଟୋପା ଟୋପା ଝରୁଛି । ଆଉ ଡାକ୍ତର କହି ପାରୁ ନାହାନ୍ତି ରୋଗର ନାଁ କଣ । ଏମିତି ଅଜଣା ରୋଗରେ ସଢି ହେଉଛି- ଭଦ୍ରକ ଜିଲ୍ଲା ବାଣିତିଆ ଗାଁର ଜଣେ ଶିଶୁ । ନାଁ ହେଉଛି କାହ୍ନା, ବୟସ ଛଅ ବର୍ଷ । ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ବାଣିତିଆ ଗାଁର ସନାତନ କରଙ୍କ  ପୁଅ କାହ୍ନା । କଥା ବାର୍ତ। କରୁଛି, ଆଉ ଧାଁ ଦୌଡ ବି କରୁଛି । ହଲେ ପାଠ ପଢୁନି । ଜନ୍ମରୁ ତା ଗୁପ୍ତାଙ୍ଗ ଅଦ୍ଭୁତ ପ୍ରକାରର ହୋଇ ରହିଛି । ସେଥିରୁ ସବୁବେଳେ ଟୋପା ଟୋପା ପରିସ୍ରା ଝରୁଛି । ଆଉ ଖୁବ୍ ଦୁର୍ଗନ୍ଧ ହେଉଛି । ତା ପାଖରେ କେହି ବସି ପାରୁନାହାଁନ୍ତି । ଭଦ୍ରକରୁ କଟକ ଧାଇଁ ଧାଇଁ ନୟାନ୍ତ ହେଲେଣି ଘର ଲୋକେ । ଡାକ୍ତର କହୁଛନ୍ତି - ସେ ପୁଅ କି ଝିଅ ଜାଣି ହେଉ ନାହିଁ । ଆଉ ଅପରେସନ ଦରକାର । ତବେ ରୋଗର ନାଁ ବି କହି ପାରୁ ନାହାଁନ୍ତି ଡାକ୍ତର । ବାପା ସନାତନ କର ଜଣେ ଖଟିଖିଆ ଦିନ ମଜୁରିଆ । ଚାଳ ଛପର ଘରର କାନ୍ଥ ଫାଟି ଗଲାଣି । ପେଟ ପାଇଁ ଦିନକୁ ଦି ଓଳି ଖାଇବା କଷ୍ଟକର ହୋଇ ପଡେ । ଏଭଳି ଅବସ୍ଥାରେ ଟଙ୍କା କେଉଠୁ ପାଇବେ ଅପରେସନ ପାଇଁ । କେହି ଯଦି ସହୃଦୟ ବ୍ୟକ୍ତି କିଛି ସାହାର୍ଯ୍ୟ କରନ୍ତି  ତାହେଲେ ଏଇ ପିଲାଟି ସୁସ୍ଥ ହୋଇପାରନ୍ତା । କାହ୍ନାର ଠିକଣା ହେଉଛି -ବାସନ୍ତୀ ଲତା କର ,ସ୍ବାମୀ- ସନାତନ କର, ଗ୍ରାମ/ପୋ- ବାଣିତିଆ, ଭାୟା- ଚରଂପା . ଜିଲ୍ଲା- ଭଦ୍ରକ ପିନ୍-7561011

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.