ପଞ୍ଜାବ: ବୋରୱେଲ ଫସିଥିବା ୬ ବର୍ଷ ବାଳକର ବଞ୍ଚିପାରିଲାନି ଜୀବନ, ହସ୍ପିଟାଲରେ ହେଲା ମୃତ୍ୟୁ

Published By : Prameya-News7 Bureau | May 22, 2022 IST

ନୂଆଦିଲ୍ଲୀ: ପଞ୍ଜାବର ହୋସିୟାରପୁର ଜିଲ୍ଲା ଗଢଦିୱାଲା ଅଞ୍ଚଳରେ ୩୦୦ ଫୁଟ ଗଭୀର ଏକ ବୋରୱେଲରେ ପଡିବା ପରେ ଏକ ନାବାଳକର ମୃତ୍ୟୁ ହୋଇଛି। ସାଢେ ତିନି ଘଣ୍ଟାର କସରତ ପରେ ଶିଶୁଟିକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା। ଏହାପରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ତାର ମୃତ୍ୟୁ ହୋଇଥିଲା।

ରବିବାର ସକାଳ ପ୍ରାୟ ୯ରୁ ୧୦ଟା ମଧ୍ୟରେ ଘଟିଥିଲା ଏକ ଅଘଟଣ। ଚାଷ ଜମିରେ ଖେଳୁଥିବା ବେଳେ ଏକ ୬ ବର୍ଷ ନାବାଳକ ସେଠାରେ ଥିବା ଏକ ବୋରୱେଲ ଉପରେ ଚଢିଥିଲା। ଏହାପରେ ବୋରୱେଲ ଭିତରେ ପଡି ଫସି ରହିଥିଲା। ଶିଶୁଟିର ନାଁ ହ୍ରିତିକ୍ ହୋଇଥିବା ଜଣାପଡିଛି। ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଏନଡିଆରଏଫର ଟିମକୁ ମୁତୟନ କରାଯାଇଥିଲା। ସେନାର ଯବାନଙ୍କ ସାହାଯ୍ୟ ମଧ୍ୟ ନିଆଯାଇଥିଲା। ତେବେ ସବୁ ପ୍ରାୟସ ସତ୍ତ୍ୱେ ନାବାଳକ ଜୀବନ ବଞ୍ଚିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.