କେନାଲରେ ଭାସିଯାଇ ୬ ବର୍ଷର ଝିଅ ମୃତ

Published By : Prameya-News7 Bureau | August 13, 2018 IST

ଗଞ୍ଜାମ ୧୩/୮ : କେନାଲରେ ଭାସିଯାଇ ୬ ବର୍ଷର ଝିଅର ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେଶପୁର ଶାସନ ଗାଁର ତୁଳସୀ ଡାକୁଆ । ଆଜି ସକାଳୁ ତୁଳସୀ ମାଆଙ୍କ ସହିତ କେଶପୁର ଶାସନ କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ଗୋଡ ଖସିଯିବାରୁ ପାଣିରେ ଭାସିଯାଇଥିଲା । ମାଆ ପ୍ରତିମା ଶୌଚ କରିବା ପାଇଁ ଯାଇଥିବାବେଳେ ଝିଅ ତୁଳସୀ କେନାଲରେ ଭାସିଯାଇ ଥିଲେ । ପାଣିର ସ୍ରୋତ ଜୋର ଥିବାରୁ ତୁଳସୀ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭାସିଯାଇଥିଲା । ଖବର ପାଇ ଆସିକା ଦମକଳ ବିଭାଗ ପହଞ୍ଚି ତୁଳସୀର ମୃତଦେହ ଉଦ୍ଧାର କରିଛି । ଗାଙ୍ଗପୁର ପୋଲିସ ତୁଳସୀର ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.