scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ୟାପିଟାଲ ଥାନାର ୬ କର୍ମଚାରୀ କରୋନା ପଜିଟିଭ୍‌

31/07/2020 at 8:16 AM

ଭୁବନେଶ୍ବର ୩୧/୭: କ୍ୟାପିଟାଲ୍‌ ଥାନାରେ ପୁଣି ୬ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଥାନାକୁ ସାନିଟାଇଜ୍‌ କରିବା ସହ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଛି । ୩ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ସଂସ୍ପର୍ଶରେ ଆସିଥିବାରୁ ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରା ଯାଇଥିଲା। ସେଥିରୁ ୬ଜଣଙ୍କ ପଜିଟିଭ ଆସିଛି । ଏହି ୬ ଜଣ କର୍ମଚାରୀ ସେମାନଙ୍କ ପରିବାର ସହ ରହୁଥିଲେ । ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ସେପଟେ କମିଶରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସ୍‌ରଙ୍କ ପିଏ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

   Related Posts