ପୁଲଓ୍ବାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ; ଯବାନଙ୍କ ଗୁଳିରେ ୬ଆତଙ୍କୀ ନିହତ

Published By : Prameya-News7 Bureau | December 22, 2018 IST

ଶ୍ରୀନଗର ୨୨|୧୨: ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ଅବନ୍ତୀପୋରାରେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ । ଯବାନଙ୍କ ଗୁଳିରେ ୬ଆତଙ୍କୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତେବେ ଆତଙ୍କବାଦୀମାନେ ଜାଅନସାର ଗଜବତ-ଉଲ୍-ହିନ୍ଦ ସମୂତ ସହ ଜଡ଼ିତ ବୋଲି ଜଣାପଡ଼ିଛି । ମୃତଆତଙ୍କବାଦୀମାନଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନର ଜଣେ ଡେପୁଟି କମାଣ୍ଡର ଥିବା ଜଣା ପଡିଛି  । ପୁଲୱାମାର ଅରମପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଛପି ରହିଥିବା ସୂଚନା ପାଇ ସେନା, ଏସଓଜି ଓ ସିଆରପିଏଫର ଜବାନମାନେ ସେହି ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଶନିବାର ବଡ଼ି ଭୋରରୁ ହୋଇଥିିବା ଏହି ସର୍ଚ୍ଚ ଅପରେସନ ଆରମ୍ଭ ହେବା ମାତ୍ରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷା କର୍ମୀମାନେ ପୋଜିସନ୍ ନେଇ ପାଲଟା ଗୁଳି ଚଳାଇବାରୁ ୬ ଆତଙ୍କୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଗୁଳି ବିନିମୟ ପରେ ସେଠାରେ ସେନା ସର୍ଚ୍ଚ ଅପରେସନ୍ ଚଳାଇ ବହୁ ମାରଣାସ୍ତ୍ର ଓ ଗୁଳିଗୋଳା ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.