କରୋନା ଭାଇରସ୍‌ର ୬ଟି ଲକ୍ଷଣ, କେବଳ ଚୀନ୍‌ରେ ହେବ ଓଡ଼ିଶାରେ ହେବ ନାହିଁ ଏପରି ଭାବି ଚୁପ୍‌ଚାପ ରହିଯାଆନ୍ତୁ ନାହିଁ...

Published By : Prameya-News7 Bureau | February 11, 2020 IST

ଭୁବନେଶ୍ବର୧୧/୨: ଚୀନ୍‌ରୁ ଆରମ୍ଭ କରି ଦେଶବିଦେଶକୁ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି। ଯଦି ଭାରତ କଥା କହିବା ତେବେ ତିନିଜଣ ବ୍ୟକ୍ତି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ମାରାତ୍ମକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେଲେ ପ୍ରଥମେ କିଛି ଲକ୍ଷଣ ଦେଖାଯାଇଥାଏ।

୧-  କରୋନା ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଜ୍ବର ଆସିଥାଏ।

୨- ଛାତିରେ କଫ ଜାକି ରହିବା ସହ ନିଶ୍ବାସ- ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥାଏ।

୩-  ଛାତି ଯନ୍ତ୍ରଣା ମଧ୍ୟ ହୋଇଥାଏ।

୪-  କରୋନା ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନାକରୁ ଲଗାତାର ପାଣି ଗଡ଼େ।

୫-  ଝାଡ଼ା ଓ ବାନ୍ତି ମଧ୍ୟ ଲାଗି ରହିଥାଏ।

୬- ତଣ୍ଟି ଦରଜ ଲାଗିବା ସହ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ।

କରୋନା ଭାଇରସ୍‌ର ସାଧାରଣତଃ ୪ଟି ଲକ୍ଷଣ ପ୍ରଥମେ ଦେଖାଯାଇଥାଏ। ଛାତିରେ କଫ ଜାକି ରହିବା, ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା, ମୁଣ୍ଡ ବିନ୍ଧା ହେବା ଏବଂ ତଣ୍ଟି ଦରଜ ଲାଗିବ ଆଦି ଭଳି ଲକ୍ଷଣ ଦେଖାଯାଇଥାଏ। ଯଦି ଏଭଳି ଲକ୍ଷଣ ଦେଖାଯାଉଛି ତେ​‌ବେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ନିଜ ପରୀକ୍ଷା କରି ନିଅନ୍ତୁ। ଚୀନ୍‌ରେ ହେଉଛି ଓଡ଼ିଶାରେ ହେବ ନାହିଁ ଭାବି ଚୁପ୍‌ଚାପ ରହିଯାଆନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.