କାଲିଫୋର୍ନିଆରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼, ୬ମାସର ଶିଶୁ ସମେତ ଚାଲିଗଲା ୬ ଜୀବନ
17/01/2023 at 9:27 AM

ନୂଆଦିଲ୍ଲୀ: ଆମେରିକାର କାଲିଫୋର୍ନିଆ ସହରରେ ଗୁଳିକାଣ୍ଡ । ଏକ ଆପାର୍ଟମେଣ୍ଟରେ ଅତର୍କିତ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟା ମାଆ ଓ ୬ମାସର ଶିଶୁ ରହିଛନ୍ତି । ହତ୍ୟାକାଣ୍ଡ ପରେ ବନ୍ଧୁକଧାରୀମାନେ ଫେରାର୍ ହୋଇଯାଇଛନ୍ତି । ଘଟଣା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରବା ସହିତ ସନ୍ଧିଗ୍ଧଙ୍କୁ ଗିରଫ କରିବାକୁ ପ୍ରୟାସ ଚଳାଇଛି ।
ପୋଲିସ ରିପୋର୍ଟ ଅନୁଯାୟୀ, ସୋମବାର ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣ ଦୁର୍ବୃତ୍ତ ଅଚାନକ ଗୋଟିଏ ପରିବାର ଉପରକୁ ଗୁଳି ବର୍ଷା କରିଥିରେ । ତୁଲାର କାଉଁଣ୍ଟି ଶେରିଫ୍ କାର୍ଯ୍ୟାଳୟର ଶେରିଫ୍ ମାଇକ୍ ଏହାକୁ ‘ଲକ୍ଷିତ୍’ ହମଲା କହିଛନ୍ତି । ଏହି ହତ୍ୟାକାଣ୍ଡ ମାଦକ ଦ୍ରବ୍ୟରେ ବ୍ୟବହୃତ ହେଉଥିଲା ଡ୍ରଗ୍ସ କାରବାର ସହିତ ଜଡ଼ିତ ବୋଲି କୁହାଯାଉଛି ।
ସୋମବାର ପ୍ରାୟ ଭୋର ୩.୩୦ ଦୁଇ ଜଣ ବନ୍ଧୁକଧାରୀ ଅଚାନକ ଆପାର୍ଟମେଣ୍ଟ ଭିତରେ ପଶି ଅତର୍କିତ ଗୁଳିମାଡ଼ କରିଥିଲେ । ବନ୍ଧୁକର ଗର୍ଜନ ଶୁଣି ଜଣେ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ୭ମିନିଟ୍ ପରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୬ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା । ମୃତକଙ୍କ ମଧ୍ୟରେ ଜଣେ ୧୭ବର୍ଷୀୟ ମାଆ ଏବଂ ତାଙ୍କର ୬ମାସର ଶିଶୁ ସାମିଲ ଅଛନ୍ତି । ଆହତଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ହତ୍ୟାକାଣ୍ଡ ସହିତ ଜଡ଼ିତ ଦୁଇ ସନ୍ଧିଗ୍ଧଙ୍କୁ ଗରିଫ କରିବା ଲାଗି ପୋଲିସ ଉଦ୍ୟମ ଚଳାଇଛି ।