ଦ୍ରୁତ ଗତିରେ ଯାଉଥିବା ବସ ସ୍କୁଲ ଭ୍ୟାନକୁ ଧକ୍କା ଦେବା ଫଳରେ ୬ ସ୍କୁଲ ପିଲାଙ୍କ ସମେତ ୭ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | November 22, 2018 IST

ସତନା ୨୨/୧୧ : ସ୍କୁଲ ଭ୍ୟାନକୁ ବାସ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି | ମଧ୍ୟପ୍ରଦେଶରେ ଘଟିଛି ମର୍ମନ୍ଦୁତ ସଡକ ଦୁର୍ଘଟଣା | ଦୁର୍ଘଟଣାରେ ମୃତ ୭ଜଣଙ୍କ ମଧ୍ୟରୁ ୬ଜଣ ସ୍କୁଲ ଛାତ୍ରଛାତ୍ରୀ ବୋଲି ଜଣାପଡିଛି | ସମସ୍ତ ଛାତ୍ରଛାତ୍ରୀ ସକାଳୁ ସ୍କୁଲ ଯାଇଥିଲେ | ସୂଚନାଯୋଗ୍ୟ ଯେ, ଆଜି ସକାଳେ ଏକ ସ୍କୁଲ ଭ୍ୟାନ ସ୍କୁଲ ପିଲାଙ୍କୁ ନେଇ ସ୍କୁଲକୁ ଯାଉଥିଲା | ଏତିକିବେଳେ ଏକ ବସ ଭ୍ୟାନକୁ ଧକ୍କା ଦେଇଥିଲା | ବସଟି ଦ୍ରୁତ ଗତିରେ ଯାଉଥିବା ଯୋଗୁଁ ଭାରସାମ୍ୟ ହରାଇ ସ୍କୁଲ ଭ୍ୟାନକୁ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ୬ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା | ଅନ୍ୟ ଜଣେ ଗୁରୁତର ଆହତଙ୍କୁ ହସ୍ପିଟାଲ ନେବାବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଆହତ ମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆସି ଦୁର୍ଘଟଣାଗ୍ରସ୍ତ ବସ ଏବଂ ଭ୍ୟାନରୁ ଲୋକଙ୍କୁ ଉଦ୍ଧାର କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.