scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍

30/09/2023 at 11:25 AM

ସୁନ୍ଦରଗଡ ୩୦/୦୯: ସୁନ୍ଦରଗଡରେ ସ୍ରବ ଟାଇଫସ ବଢିବା ଘଟଣା । ଭୁବନେଶ୍ୱରରୁ ୬ ଜଣିଆ ମେଡିକାଲ ଟିମ୍ ସୁନ୍ଦରଗଡ ଗସ୍ତରେ ଯାଇଛନ୍ତି । ଜିଲ୍ଲା ଗସ୍ତରେ ଯାଇ ସିଡିଏମଓଙ୍କ ସହ ଆଲୋଚନା କରୁଛନ୍ତି ଟିମ୍ । ସେପଟେ ପୁଣି ୨୦ଜଣ ସ୍କ୍ରବ ଟାଇଫସ୍ ପଜିଟିଭ ଚିହ୍ନଟ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି ।

ସୂଚନା ଥାଉକି, ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୪ ଜଣିଆ ମେଡିକାଲ ଟିମ୍ ଗଠିତ ହୋଇଛି । ଏହି ଟିମର ସଦସ୍ୟମାନେ ଶୁକ୍ରବାର ଝାରସୁଗୁଡାରେ ପହଞ୍ଚିଛନ୍ତି । ଆଜି ସେମାନେ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ୪ ଜଣିଆ ଟିମ୍‌ରେ ପ୍ରଫେସର ଡକ୍ଟର ସମୀର ଗୁଲାଟି, ପବ୍ଲିକ ହେଲଥ୍ ସ୍ପେଶାଲିଷ୍ଟ ଡେପୁଟି ଡାରେକ୍ଟର ଡକ୍ଟର ତୁଷାର ନାଲେ, ମାଇକ୍ରୋବାୟୋଲୋଜି ଆସିଷ୍ଟାଣ୍ଟ ଡାରେକ୍ଟର ଡାକ୍ତର ଧରା ବି ଶାହ, ଆଇଡିଏସପି ଇଆଇଏସ ଅଫିସର ଡକ୍ଟର ଆରୁଷି ଘାଇ ସାମିଲ ହୋଇଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି ସୁନ୍ଦରଗଡରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି । ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ସିନା କମିବାର ନାଁ ନେଉନି । ବୁଧବାର ସୁଦ୍ଧା ଜିଲ୍ଲାରେ ୨୯୨ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରି ମାସରେ ପ୍ରଥମ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା ।

   Related Posts