ମାଲକାନଗିରିରୁ ବିନା ପରମିଟରେ ଚାଲୁଥିବା ୬ବସ ଜବତ : ବସ ମାଲିକ ସଂଘ ଓ ପରିବହନ ବିଭାଗ ମୁହାଁମୁହିଁ, ଥାନା ଅଧିକାରୀଙ୍କୁ ଠେଲାପେଲା କଲେ ବସମାଲିକ, ୨ଗରିଫ

Published By : Prameya-News7 Bureau | October 31, 2018 IST

ମାଲକାନଗିରି ୩୧|୧୦: ମାଲକାନଗିରି ଜିଲ୍ଲା ଘରୋଇ ବସ୍ ସଂଘ ଓ ପରିବହନ ବିଭାଗ ମୁହାଁ ମୁହିଁ । ବିନା ପରମିଟରେ ମାଲକାନଗିରି ଜିଲ୍ଲାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଥିବା ୬ଟି ଘରୋଇ ବସକୁ ଆଜି ପରିବହନ ବିଭାଗ ସିଜ୍ କରିବା ପରେ ଦେଖା ଦେଇଛି ଉତ୍ତେଜନା । ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳ କରାଯିବା ସହ ସରକାରୀ ବସ ଅଟକା ଯାଇଥିଲା । ପରେ ଘଟଣା ସ୍ଥଳରେ ମାଲକାନଗିରି ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଥିବା ବେଳେ କେତେକ ଘରୋଇ ବସ୍ ମାଲିକ ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଠେଲା ପେଲା ମଧ୍ୟ କରିଥିଲେ । ଅସୁବିଧାରେ ମାଲକାନଗିରି ଜିଲ୍ଲାର ଶହ ଶହ ଯାତ୍ରୀ । ନିଜେ ମାଲାମାଲ ହେବା ଲାଗି ଯାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଅନେକ ଘରୋଇ ବସ ମାଲିକ । ଟୁର ଏଣ୍ଡ ଟ୍ରାଭେଲସ୍ର ପରମିଟରେ ଅନେକ ଘରୋଇ ବସ ମାଲକାନଗିରି ଜିଲ୍ଲାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାତ୍ରୀଙ୍କୁ ନେଇ ପ୍ରତିଦିନ ଯିବା ଆସିବା କରୁଛି । ହେଲେ ଏହାକୁ ବିରୋଧ କରିବାରୁ ଆଜି ଘରୋଇ ବସ୍ ସଂଘ ଓ ପରିବହନ ବିଭାଗ ମୁହାଁ ମୁହିଁ ହୋଇଛି । ବିନା ରୁଟ୍ ପରମିଟରେ ଚାଲୁଥିବା ୬ଟି ଘରୋଇ ବସକୁ ଆଜି ପରିବହନ ବିଭାଗ ସିଜ୍ କରିବା ପରେ ଉତ୍ତେଜନା ଦେଖା ଦେଇଥିଲା । ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳ କରାଯିବା ସହ ସରକାରି ବସ ଅଟକା ଯାଇଥିଲା । ପରେ ଘଟଣା ସ୍ଥଳରେ ମାଲକାନଗିରି ଥାନା ଅଧିକାରି ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଥିବା ବେଳେ କେତେକ ଘରୋଇ ବସ୍ ମାଲିକ ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ଠେଲା ପେଲା ମଧ୍ୟ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ପହଞ୍ଚି ୫ ଜଣଙ୍କୁ ଗିରଫ କରିଛି  ଟୁର ଏଣ୍ଡ ଟ୍ରାଭେଲସ୍ ର ଗାଇଡ ଲାଇନ ଅନୁଯାଇ କୌଣସି ବସ ପର୍ଯ୍ୟଟକମାନଙ୍କୁ ନେଇ ବସଷ୍ଟାଣ୍ଡ ଭିତରେ ଯାଇପାରିବ ନାହିଁ । ଏହା କୌଣସି ଏକ ନିର୍ଦ୍ଦିଷ୍ଟ ହୋଟେଲରୁ ଛାଡିବ । ସାଧାରଣ ଯାତ୍ରୀଙ୍କ ଲାଗି ଏହି ବସ କୌଣସି ଅଗ୍ରିମ ଟିକଟ ମଧ୍ୟ ବୁକିଙ୍ଗ କରି ପାରିବ ନାହିଁ । ଏହା ସହ ସେହି ବସରେ ଯାତ୍ରା କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ତାଲିକା ଓ ବିମା କାଗଜ ସ୍ଥାନୀୟ ଥାନାରେ ଦାଖଲ କରାଯିବ । ପୁଣି କେଉଁ ନିର୍ଦ୍ଧିଷ୍ଟ ସ୍ଥାନକୁ ବସଟି ବାରମ୍ବାର ଯଇପାରିବ ନାହିଁ । ତେବେ ଏହି ସବୁ ନିୟମକୁ ଖୋଲା ଖୋଲି ଭାବେ ଉଲଙ୍ଘନ କରୁଛନ୍ତି ମାଲକାନଗିରି ଜିଲ୍ଲାର ଅନେକ ଘରୋଇ ବସ ମାଲିକ  ଯାହାକୁ ନେଇ ବିପଦରେ ଏବେ ଅନେକ ଯାତ୍ରୀ । କେବଳ ମାଲକାନଗିରି ଜିଲ୍ଲା ନୁହେଁ,  ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରତିଦିନ ଏପରି ୨୦ ରୁ ୨୫ଟି ବସ ବିନା ପରମିଟରେ ଚଳା ଚଳ କରୁଛି । ଯାହା ଫଳରେ ରାଜ୍ୟ ସରକରା ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଟୁର ଏଣ୍ଡ ଟ୍ରାଭେଲସ୍ ର ଏହି ଘରୋଇ ବସ ଗୁଡିକ । ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.