କରୋନା ସଂକ୍ରମଣ ତାଲିକାରେ ଯୋଡିହେଲେ ଆହୁରି ୬, ଯାଜପୁରରେ ୫୦ ଟପିଲା, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି
4/05/2020 at 5:03 PM

ଭୁବନେଶ୍ୱର, ୦୪|୦୫ : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଆହୁରି ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନ ସାଢେ ୫ଟାରେ ଆହୁରି ୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି ।

ଅପରାହ୍ନରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଯାଜପୁରର ୪ଜଣ ଥିବା ବେଳେ ଭଦ୍ରକର ୨ଜଣ ସଂକ୍ରମିତ ଅଛନ୍ତି । ଏବେ ଯାଜପୁରରେ ମୋଟ ମାମଲା ୫୨ରେ ପହଁଚିଥିବା ବେଳେ ଭଦ୍ରକରେ ୨୧ରେ ପହଁଚିଛି ।
ଆଜି ଦିନରେ ମଧ୍ୟ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେ ସୁନ୍ଦରଗଡର ବୋଲି ଜଣାପଡିଥିଲା । ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ୧୦୮ଟି ସକ୍ରିୟ କେସ୍ ରହିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023