ତେଲେଙ୍ଗାନାର ହାଇଡାଲ୍ ପ୍ଲାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ : ୬ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର,ରେସକ୍ୟୁ ଅପରେସନ ଜାରି
21/08/2020 at 3:18 PM

ହାଇଦ୍ରାବାଦ ୨୧/୮: ତେଲେଙ୍ଗାନାର ଶ୍ରୀଶୈଳମ୍ ହାଇଡାଲ୍ ପାଓ୍ବାର ପ୍ଲାଣ୍ଟରେ ନିଆଁ ଲାଗିବା ଫଳରେ ରେସକ୍ୟୁ ଅପରେସନ୍ ଚଲାଯାଉଛି। ଏବେ ସୁଦ୍ଧା ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁହାଯାଉଛି ଯେ ପାଓ୍ବାର ପ୍ଲାଣ୍ଟ ଭିତରେ ୯ଜଣ ଶ୍ରମିକ ଫସିଥିଲେ। ବାକି ୩ଜଣଙ୍କୁ ଖୋଜା ଜାରି ରହିଛି। ଏହା ସହିତ ମାମଲାର ତଦନ୍ତ ଆରମ୍ଭ ହୋଇ ଯାଇଛି।
ଜଣେ ଅଧିକାରୀ କହିଥିଲେ ଯେ ତେଲେଙ୍ଗାନା ସରକାରଙ୍କ ହାଇଡାଲ ପ୍ଲାଣ୍ଟରେ ଗୁରୁବାର ରାତିରେ ବିସ୍ଫୋରଣ ହୋଇଥିଲା। ଏହା ପରେ ନିଆଁ ଲାଗି ଯାଇଥିଲା। ଅନୁମାନ କରାଯାଉଛି ଯେ ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ ୯ଜଣ ଶ୍ରମିକ ଫସିଯାଇଥିଲେ। ଏହା ପରଠୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ସୁଦ୍ଧା ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ତେଲେଙ୍ଗାନାର ଶକ୍ତି ମନ୍ତ୍ରୀ ଜଗଦୀଶ ରେଡ୍ଡି ଶୁକ୍ରବାର ସକାଳେ କହିଥିଲେ ଯେ ଗୁରୁବାର ରାତିରେ ବିସ୍ଫୋରଣ ହେବା ଫଳରେ ଶ୍ରୀଶୈଳମରେ ୩୦ଜଣ ଶ୍ରମିକ ପ୍ଲାଣ୍ଟରେ ଥିଲେ। ଏକ ସୁଡ଼ଙ୍ଗ ଜରିଆରେ ୧୫ଜଣ ଶ୍ରମିକଙ୍କୁ ବାହାର କରାଯାଇଥିଲା ଏବଂ ଅନ୍ୟ ୬ଜଣଙ୍କୁ ଉଦ୍ଧାର କରାଯାଇଥିଲା।