ବ୍ୟାପୁଛି ଡେଙ୍ଗୁ; ଆଜି ୬ ଆକ୍ରାନ୍ତ ଚିହ୍ନଟ
8/09/2022 at 12:09 AM

ମୋହନା: ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବୁଧବାର ମୋହନାର ୯ ଓ ୧୨ ନମ୍ବର ୱାର୍ଡରେ ମୋଟ ୯୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା l ସେଥିରୁ ୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ରକ୍ତ ନମୁନା ପରୀକ୍ଷା କରୁଥିବା ଏକ ଘରୋଇ ମେଡିକାଲର ବରିଷ୍ଠ ଟେକ୍ନିସିଆନl
ମୋହନାରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ରେ ପହଞ୍ଚିଛି l ଗତ କିଛି ଦିନ ଧରି ମୋହନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନେକ ଲୋକ ଗୁରୁତର ଅସୁସ୍ଥ ହୋଇଛନ୍ତି l ଏହାକୁ ନେଇ ଡେଙ୍ଗୁ ବ୍ୟାପିଥିବା ଲୋକେ ଆଶଙ୍କା କରିବା ପରେ ପ୍ରଶାସନ ତପ୍ତର ହୋଇଛିl ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ପକ୍ଷରୁ ଗତ ତିନିଦିନ ହେଲା ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି l
Related Posts
ନବ ଦାସ ହତ୍ୟା ମାମଲା, ବଡ଼ମାଳ ଥାନାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023