ଚିକିତ୍ସାରେ ଅବହେଳା ଓ ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ଶିଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ ପରିବାର ସଦସ୍ୟ

Published By : Prameya-News7 Bureau | July 24, 2022 IST

ଭଦ୍ରକ, ୨୪/୦୭: ଚିକିତ୍ସାରେ ଅବହେଳା ଓ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ । ବାରମ୍ବାର ଅନୁରୋଧ ସତ୍ତ୍ୱେ ଚିକିତ୍ସାରେ ଅବହେଳା ପାଇଁ ଶିଶୁର ଜୀବନ ଯାଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାସୁଦେବପୁର ବ୍ଲକ ଆଡ଼ିଆ ଅଞ୍ଚଳର ମିତାରାଣୀ ମଳିକ ତାଙ୍କ ୬ ମାସର ପୁଅକୁ ଚିକିତ୍ସା ପାଇଁ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଭଦ୍ରକ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ଇଞ୍ଜେକ୍ସନ ଦେଇଥିଲେ ଓ ପରେ ପରେ ଶିଶୁର ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ବାରମ୍ବାର ଅନୁରୋଧ ପରେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ଆସିନଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏ ଘଟଣା ନେଇ ମୃତ ଶିଶୁର ଅଜା ଭଦ୍ରକ ଟାଉନ ଥାନାରେ ଚିକିତ୍ସା ଅବହେଳା ନେଇ ତାଙ୍କ ନାତିର ମୃତ୍ୟୁ ହୋଇଥିବା ନେଇ ଲିଖିତ ଏତଲା ଦେଇଛନ୍ତି । କିନ୍ତୁ ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.