oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅଖିଳେଶ ଯାଦବଙ୍କୁ ବଡ଼ ଝଟ୍‌କା, ସାପାର ୬ ବିଧାନ ପରିଷଦ ସଦସ୍ୟ ବିଜେପିରେ ହେବେ ସାମିଲ୍‌

17/11/2021 at 11:04 AM

ନୂଆଦିଲ୍ଲୀ ୧୭।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି ବିଜେପି ବୁଧବାର ସମାଜବାଦୀ ପାର୍ଟିକୁ ବଡ଼ ଝଟ୍‌କା ଦେବାକୁ ଯାଉଛି । ଖବର ମୁତାବକ ସାପା ନେତା ସିପି ଚନ୍ଦ, ରବି ଶଙ୍କର ପପ୍ପୁ, ରାମ ନିରଞ୍ଜନ, ନରେନ୍ଦ୍ର ଭାଟି ଏବଂ ଅଧ୍ୟକ୍ଷ ପ୍ରତାପ ବୁଧବାର ବିଜେପିରେ ସାମିଲ୍‌ ହୋଇପାରନ୍ତି । ଏମାନେ ସମସ୍ତେ ବିଧାନ ପରିଷଦ ସଦସ୍ୟ ବା ଏମ୍‌ଏଲ୍‌ସି । ସେମାନଙ୍କର କାର୍ଯ୍ୟକାଳ ଆଗାମୀ ବର୍ଷ ମାର୍ଚ୍ଚରେ ସରିବ ବୋଲି ଜଣାପଡ଼ିଛି ।

ଗତ ରବିବାର ଦିନ ଏସପି ବିଦ୍ରୋହୀଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଜେପି ହାଇକମାଣ୍ଡ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଇଥିଲେ। ଏହା ବ୍ୟତୀତ ବାହୁଜନ ସମାଜ ପାର୍ଟି ଏବଂ କଂଗ୍ରେସର କିଛି ନେତାଙ୍କ ନାମ ମଧ୍ୟ ଅନୁମୋଦନ କରାଯାଇଛି । ଆସନ୍ତା କିଛିଦିନ ମଧ୍ୟରେ ଏସପି ଓ ବିଏସପିର କିଛି ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେବା ନେଇ ସମ୍ଭାବନା ରହିଛି ।

ଦଳ ଡିଆଁ କରୁଥିବା ଏହି ସମସ୍ତ ବିଧାୟକ, ଆଗାମୀ ନିର୍ବାଚନରେ ନିଜ ଆସନରୁ ଟିକେଟ୍‌ ପକ୍କା କରିବାକୁ ଚାହୁଁଛନ୍ତି । ଯାହାକୁ ନେଇ ବିଜେପିର ମନ୍ଥନ ଜାରି ରହିଛି । ଖୁବ୍‌ଶୀଘ୍ର ଏ ସମ୍ବନ୍ଧରେ ଘୋଷଣା ହୋଇପାରେ ବୋଲି କହୁଯାଉଛି ।

ଚଳିତ ମାସ ଆରମ୍ଭରେ, ୟୁପି ବିଜେପି ଅନ୍ୟ ଦଳର ବିଦ୍ରୋହୀ ନେତାଙ୍କ ଉପରେ ନଜର ରଖିବା ପାଇଁ ଏକ ଚାରିଜଣିଆ ଟିମ୍ ଗଠନ କରିଛି । ଦଳରେ ଯୋଗଦେବାକୁ ଥିବା ନେତାଙ୍କ ସ୍ଥିତି ଜଣିବା ପାଇଁ ତେବେ ବିଜେପି ଦ୍ୱାରା ଏହି କମିଟି ଗଠନ କରାଯାଇଛି । ଏହାପୂର୍ବରୁ ଅନେକ ବିବାଦୀୟ ନେତା ଦଳରେ ଯୋଗଦେବା ପରେ ବିଜେପିକୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଥିଲା।   

   Related Posts