Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଗହଣା ଦୋକାନରୁ ଦେଢ଼ କିଲୋ ସୁନା ସହିତ ଟଙ୍କା ଲୁଟିନେଲେ ୬ ଜଣ ଦୁର୍ବୃତ୍ତ; ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ହୋଇଗଲେ ଫେରାର

5/08/2022 at 11:44 PM

ପାଟଣାଗଡ଼ ୦୫/୦୮: ଆଜି ପାଟଣାଗଡ଼ ସହର ମୁଖ୍ୟ ରାସ୍ତାରେ ଥିବା ଗୋଟିଏ ସୁନା ଦୋକାନରେ ୬ ଜଣ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଛନ୍ତି। ସେମାନେ ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହା ସହିତ ସୋମାନେ ଦେଢ଼ କିଲୋରୁ ଅଧିକ ସୁନା  ସହ ୪୦ ହଜାର ଟଙ୍କା, ଗୋଟିଏ ସ୍ମାର୍ଟ ଫୋନ୍‌ ଓ ସିସିଟିଭିର ହାର୍ଡଡିସ୍କ ଲୁଟି ନେଇଥିବା ଜଣାପଡିଛି। ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ଦୋକାନ ମାଲିକ ମୁକେଶ ଜୈନ ତାଙ୍କ ୨ ଜଣ କର୍ମଚାରୀଙ୍କ ସହ ଆସି ଦୋକାନ ଖୋଲି ଥିଲେ। ଅପରାହ୍ଣ ୪୩୦ ମିନିଟ ସମୟରେ  ୬ଜଣ ଦୁର୍ବୁତ ୨ଟି ପଲସର ବାଇକରେ ଆସି ଦୋକାନ  ଭତରକୁ ପଶି ମାଲିକକୁ ମାଡ଼ ମାରିଥିଲେ। ଦୃବୁର୍ତ୍ତ ମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲେ। ଆଖି ପିଛୁଳାକେ ଗହଣା ଭର୍ତି ବେଗ ସହ ବାଇକରେ ପଳାଇବା ଉଦ୍ୟମ କରିଥିଲେ। ତେବେ ଦୋକାନ ମାଲିକ କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଧସ୍ତାଧସ୍ତି କରି ସେମାନେ ବନ୍ଧୁକ ଦେଖାଇ ଫେରାର ହୋଇଥିଲେ।

   Related Posts