oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

୬ ଲକ୍ଷ ନକଲି ଆଧାର କାର୍ଡ ରଦ୍ଦ, କେମିତି ଜାଣିବେ ଆପଣଙ୍କ Aadhaar Card ଅସଲି ନା ନକଲି

30/07/2022 at 7:10 PM

ନୂଆଦିଲ୍ଲୀ: ରଦ୍ଦ ହେଲା ୬ ଲକ୍ଷ ନକଲି ଆଧାର କାର୍ଡ। ୟୁ.ଆଇ.ଡି.ଏ.ଆଇ ପ୍ରାୟ ୬ ଲକ୍ଷ ଆଧାର କାର୍ଡ ରଦ୍ଦ କରିଦେଇଛନ୍ତି। ନିକଟରେ ସରକାର ଏ ନେଇ ତଥ୍ୟ ଜାରି କରିଛନ୍ତି।  ନକଲି ଆଧାର କାର୍ଡ ଓ ଆଧାର ନମ୍ବରକୁ ଉପଯୋଗ କରି ଅନେକ ଅପରାଧ ଘଟଣା ଘଟୁଥିବା ସାମ୍ନାକୁ ଆସିଛି। ତେଣୁ ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ୟୁ.ଆଇ.ଡି.ଏ.ଆଇ ଅନେକ ପ୍ରକାର ପଦକ୍ଷେପ ନେଉଛି। କିନ୍ତୁ ଏବେ ସମସ୍ୟା ହେଉଛି ଯେ ଆପଣଙ୍କ ଆଧାର ଅସଲି କି ନକଲି, ତାହା ଆପଣ କିପରି ଜାଣିବେ। ଏହି ଦ୍ବନ୍ଦ୍ଵରୁ ବାହାରି ପାଇଁ ପଢନ୍ତୁ ସଂପୂର୍ଣ୍ଣ ଖବର।

ଜାଣନ୍ତୁ କେମିତି ଏହି ୭ଟି ଷ୍ଟେପ୍‌ ଫଲୋକରି ନକଲି ଓ ଅସଲି ଆଧାର କାର୍ଡ ମଧ୍ୟରେ ପାର୍ଥକ୍ୟ କରିବେ :

  • ଯଦି ଆପଣ ନିଜ ଆଧାର ନମ୍ବର ଅସଲି କି ନକଲି ଜାଣିବାକୁ ଚାହୁଁଛନ୍ତି, ତା ହେଲେ ପ୍ରଥମେ ୟୁ.ଆଇ.ଡି.ଏ.ଆଇ ର ସରକାରୀ ଆଇଡିର ଅଧିକାରିକ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ । ଯାହା ହେଲା:https://resident.uidai.gov.in/offlineaadhaar। 
  • ଏହା ପରେ, ଆଧାର ଭେରିଫିକେସନ୍ ର https://resident.uidai.gov.in/offlineaadhaar ବିକଳ୍ପକୁ ଚୟନ କରନ୍ତୁ। ଆପଣ ଲିଙ୍କ୍ https://myaadhaar.uidai.gov.in/verifyAadhaarକୁ ବି ଯାଇ ସେଠାରେ ନିଜ ଆଧାର କାର୍ଡର ସତ୍ୟତା ପରୀକ୍ଷା କରିପାରିବେ।
  • ଏହା ପରେ ଆଗକୁ ବଢିବା ପାଇଁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଅବା ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ ଆଇଡି ଦିଅନ୍ତୁ।
  • ଆପଣ ନମ୍ବର ଦେବା ସମୟରେ ସ୍କ୍ରିନ୍ ଉପରେ ଥିବା କୋର୍ଡ ଦେଇ ଓ୍ବାନ୍ ଟାଇମ୍ ପାସ୍‌ଓ୍ବାର୍ଡ କିମ୍ବା ଓ.ଟି.ପି ପାଇଁ ଅନୁରୋଧ କରନ୍ତୁ।
  • ସାଧାରଣତଃ ଆପଣ ନିଜ ଆଧାର କାର୍ଡରେ ପଞ୍ଜୀକୃତ କରିଥିବା ନମ୍ବରରେ ଏହି ପାସ୍‌ଓ୍ବାର୍ଡ ବା ଓ.ଟି.ପି ପାଇବେ। ଏହାକୁ ଓ୍ବେବ୍‌ସାଇଟ୍‌ରେ ଦିଅନ୍ତୁ।
  • ଏହା ଆପଣଙ୍କୁ ଏକ ପେଜ୍‌କୁ ନେଇଯିବ ଯେଉଁଥିରେ ଆପଣଙ୍କୁ ଏକ ମେସେଜ୍ ମିଳିପାରେ। ଏହି ମେସେଜ୍‌ରେ ଉଲ୍ଲେଖ ହେବ ଯେ ଆପଣଙ୍କ ଆଧାର ନମ୍ବର ମାନ୍ୟ କି ଅମାନ୍ୟ।
  • ଏହି ମେସେଜ୍ ସାଙ୍ଗରେ, ଆପଣ ନିଜ ଆଧାର କାର୍ଡରେ ଲେଖା ଥିବା ନାମ, ରାଜ୍ୟ, ବୟସ, ଲିଙ୍ଗ ତଥା ଅନ୍ୟ ତଥ୍ୟ ସବୁ ବି ସ୍କ୍ରିନ୍ ଉପରେ ଦେଖିପାରିବେ।ଯଦି ଆପଣ ଏହି ସବୁ ତଥ୍ୟ ଦେଖିପାରୁଛନ୍ତି, ତାହେଲେ ଜାଣିବେ ଯେ ଆପଣଙ୍କ ଆଧାର କାର୍ଡ ଅସଲି ଅଟେ।

ଏହା ବ୍ୟତୀତ, ଅଫ୍‌ଲାଇନ୍‌ରେ ଆଧାରକୁ ଭେରିଫାୟ୍‌ କରିବା ପାଇଁ ଆଧାର ପତ୍ର, ଇ-ଆଧାର, ଆଧାର ପିବିସି କାର୍ଡ ଉପରେ ଛପା ହୋଇଥିବା କ୍ୟୁ.ଆର୍‌. କୋର୍ଡକୁ ସ୍କାନ୍‌ କରନ୍ତୁ। ଏହି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପରିଚୟ ପାଇଁ ଅତ୍ୟନ୍ତ ଜରୁରୀ ତଥା ବାଧ୍ୟତାମୂଳକ। ଆଧାର ଏବେ ସବୁଠୁ ଜରୁରୀ ଏବଂ ପରିଚୟ ପାଇଁ ଆବଶ୍ୟକ ହେଉଥିବା ଗୁରୁତ୍ବପୂର୍ଣ୍ଣ ତଥା ସର୍ବାଧିକ ମଗା ଯାଉଥିବା ଦସ୍ତାବିଜ ପାଲଟି ଯାଇଛି।

   Related Posts