ଫ୍ରି ଫାୟର ଗେମ୍ ରୁ ମହାଭାରତ :୨ପରିବାର ମଧ୍ୟରେ ମାଡ଼ପିଟ,୬ ଆହତ

Published By : Prameya-News7 Bureau | December 13, 2020 IST

କଟକ ୧୩/୧୨: ଦିନକୁ ଦିନ ଅନଲାଇନ ଗେମ୍ ଚିନ୍ତାର କାରଣ ପାଲଟିଛି ।ଅନଲାଇନ ଗେମ୍ ପଞ୍ଝାରେ ଯୁବପିଢି ପଡ଼ିଯାଇଥିବା ବେଳେ ଏହା ଏବେ ଅନର୍ଥର କାରଣ ସାଜିଛି । ଭାରତରେ ପବଜ୍ଜି ଗେମ୍ ବ୍ୟାନ ପରେ ଏବେ ଯୁବ ପୀଢି ଫ୍ରି ଫାୟାର ମାୟାରେ  । ତେବେ ଏହି ଅନ୍ ଲାଇନ୍ ଗେମ୍  ପାଇଁ ମହାଭାରତ ଯୁଦ୍ଧ ହୋଇ ଦୁଇ ସାହି ମଧ୍ୟରେ ୬ ଜଣ ଆହତ ହେବା ଏବେ ଚର୍ଚ୍ଚାର କେନ୍ଦ୍ରବନ୍ଦୁ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତରେ ।

{"id":376756,"sizeSlug":"large","linkDestination":"none"}

ଘଟଣା ମୁତାବକ ଖୋର୍ଦ୍ଧା ସାହିର ଦୀପକ ସାମଲଙ୍କୁ କୋରକୋର ସାହିର ଟୁନ ମଲ୍ଲିକ ଫ୍ରି ଫାୟାର ଗେମ୍ କୁ ନେଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଦୁଇ ଜଣଙ୍କ ଭିତରେ ବଚସା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିବାବେଳେ ଖବର ପାଇ ଟାଙ୍ଗୀ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଆପୋଷ ବୁଝାମଣା କରି ଛାଡ଼ିଦେଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.