ପାକିସ୍ତାନରେ ୯ ମାସରେ ୬ ଭାରତୀୟ କଏଦୀଙ୍କ ମୃତ୍ୟୁ, ବିଦେଶ ମନ୍ତ୍ରଣାଳୟ କହିଲା-ଦଣ୍ଡ ଭୋଗିବା ପରେ ବି ଛାଡି ନଥିଲା ପଡୋଶୀ ଦେଶ

Published By : Prameya-News7 Bureau | October 07, 2022 IST

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଭାରତୀୟଙ୍କୁ ଅତି ଦୟନୀୟ ସ୍ଥିତିରେ ରଖାଯାଉଛି । ସ୍ଥିତି ଏପରି ଯେ ଗତ ୯ ମାସରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଛଅ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । କେଉଁ କାରଣରୁ ଏମାନଙ୍କ ମୃତ୍ୟୁ ହୋଇଛି ତାହା ଅନୁମାନ ଲଗାଇବା ମଧ୍ୟ କଷ୍ଟ । ମୃତ ଛଅ ଭାରତୀୟ ନାଗରିକଙ୍କ ମଧ୍ୟରେ ପାଞ୍ଚ ଜଣ ହେଉଛନ୍ତି ମତ୍ସ୍ୟଜୀବୀ । ପାକ୍ ଜେଲରେ ବନ୍ଦୀ ଥିବା ନିଜ ଲୋକଙ୍କ ମୁକ୍ତି ପାଇଁ ଭାରତ ଅନେକ ଥର ଏହି ପ୍ରସଙ୍ଗ ଉଠାଇ ସାରିଛି । ଏହାପରେ ବି ପାକିସ୍ତାନ କୌଣସି ପଦକ୍ଷେପ ନେଇ ନାହିଁ।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଗତ ୯ ମାସରେ ପାକିସ୍ତାନ ଜେଲରେ ୬ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏଥରେ ୫ ଜଣ ମତ୍ସ୍ୟଜୀବୀ ଅଛନ୍ତି । ସମସ୍ତେ ନିଜର ଦଣ୍ଡ ଭୋଗି ସାରିଥିଲେ । ଭାରତ ଦ୍ୱାରା ସେମାନଙ୍କୁ ଫେରାଇ ଆଣିବା ପାଇଁ ଅପିଲ୍ କରାଯିବା ପରେ ବି ବେଆଇନ ଭାବେ ପାକିସ୍ତାନ ବନ୍ଦୀ କରି ରଖିଥିଲା ।

ବିଦେଶ ମନ୍ତ୍ରଣାଳୟ କହିଛି, ଭାରତୀୟ କଏଦୀଙ୍କ ପାକିସ୍ତାନ ଜେଲରେ ମୃତ୍ୟୁ ଚିନ୍ତାର ବିଷୟ । ଭାରତୀୟ ଏକଦୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଇସଲାମାବାଦରେ ଅନେକ ଭାରତ ତରଫରୁ ଉଠାଯାଇଛି । ଭାରତୀୟ କଏଦୀଙ୍କୁ ଶୀଘ୍ର ଛାଡିବା ପାଇଁ ଅପିଲ୍ କରାଯାଇଛି।

ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର ଜେଲରେ ୩୦୦ରୁ ଅଧିକ ଭାରତୀୟ ବନ୍ଦୀ ଅଛନ୍ତି, କିନ୍ତୁ ପଡୋଶୀ ଦେଶର କହିବା ଅନୁସାରେ ୨୬୦ ଜଣ ବନ୍ଦୀ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.