ନୂଆଦିଲ୍ଲୀ, ୨୫|୦୩: ଅନେକ କ୍ରିକେଟର ଘରୋଇ ମ୍ୟାଚରେ ଭଲ ଖେଳୁଥିଲେ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚରେ ସ୍ଥାନ ମିଳିପାରେ ନାହିଁ । କିଛି କ୍ରିକେଟର ସେମାନଙ୍କ କ୍ୟାରିଅର ଆରମ୍ଭରୁ ଭଲ ପ୍ରଦର୍ଶନ କରି ପରେ ବିଫଳ ହୋଇଥାନ୍ତି । ନିଜ କ୍ୟାରିଅରକୁ ସେମାନେ ଭଲ ଦିଗରେ ନେଇ ପାରି ନାହାଁନ୍ତି । ତେବେ ଅନ୍ୟ କିଛି ଖେଳାଳି ଭଲ ପ୍ରଦର୍ଶନ କରିବା ସହ ଦଳରେ ସ୍ଥାନ ପକ୍କା କରିଛନ୍ତି । ସେହିପରି କ୍ରିକେଟରୁ କ୍ୟାରିଅର ଆରମ୍ଭ କରିଥିବା କିଛି ଖେଳାଳି ପରେ ଅନ୍ୟ ପ୍ରଫେସନକୁ ଆପଣାଇଥାନ୍ତି ।
ଧୋନୀ ଓ ଯୋଗିନ୍ଦର ଶର୍ମା
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଦ୍ରୁତ ବୋଲର ଯୋଗିନ୍ଦର ଶର୍ମା ଡିସେମ୍ବର ୨୦୦୪ରେ ଚିଟାଗଙ୍ଗରେ ନିଜର ଦିନିିକିଆ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ଉଭୟଙ୍କ କ୍ୟାରିଅର ଏବେ ସମାନ ନାହିଁ । ଧୋନୀ କ୍ରିକେଟରୁ ଦୂରରେ ରହିଥିବା ବେଳେ ଯୋଗିନ୍ଦର ହରିୟାଣା ପୋଲିସରେ କର୍ଯ୍ୟରତ୍ତ । ୨୦୦୭ ଟି୨୦ ବିଶ୍ୱକପରେ ଯୋଗିନ୍ଦର ଭାରତର ବିଜୟରେ ହିରୋ ହୋଇଥିଲେ ମଧ୍ୟ ଦଳରେ ସ୍ଥାନ ପକ୍କା କରିପାରି ନଥିଲେ । ତେବେ ଧୋନୀ ଭାରତକୁ ଦୁଇଟି ବିଶ୍ୱକପ୍ ଟ୍ରଫି ପ୍ରଦାନ କରିଛନ୍ତି । ଏହାସହ ତାଙ୍କ ନେତୃତ୍ୱରେ ଭାରତ ଶ୍ରେଷ୍ଠ ଦିନିକିଆ ଦଳ ହୋଇପାରିଥିଲା ।
ଗୌତମ ଗମ୍ଭୀର, ଅଭିଶଙ୍କର ସିଲଭୀ
ଗମ୍ଭୀର ୨୦୦୩ରେ ବାଲାଂଦେଶ ବିରୋଧରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବେଳେ ଅଭିଶଙ୍କର ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିଲେ । ଅଭିଶଙ୍କର ମାତ୍ରା ୪ଟି ଦିନିିକିଆରେ ସୁଯୋଗ ପାଇଥିବା ବେଳେ ଗମ୍ଭୀର ଏକଦା ଟେଷ୍ଟରେ ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ହୋଇଥିଲେ । ଏବେ ସେ ଆଇପିଏଳରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।
{"id":243833,"width":752,"height":511,"sizeSlug":"large"}ସଚିନ ତେନ୍ଦୁଲକର ଓ ସଲିଲ ଅଙ୍କଲୋ
ସଚିନ ଓ ସଲିଲ ୧୯୮୯, ଡିସେମ୍ବର ୧୮ ତାରିଖରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସଚିନ ବିଶ୍ୱର ମହାନ ବ୍ୟାଟସମ୍ୟାନ ଭାବେ ପରିଚିତ । ତାଙ୍କୁ କ୍ରିକେଟ ଜଗତରେ ଭଗବାନ ବୋଲି ମଧ୍ୟ କୁହାଯାଏ । କିନ୍ତୁ ସଲିଲ ମାତ୍ର ୨୦ଟି ଦିନିକିଆ ଖେଳିଥିବା ବେଳେ ଗୋଟିଏ ଟେଷ୍ଟ୍ ମ୍ୟାଚ ଖେଳିଛନ୍ତି ।
{"id":243835,"width":752,"height":546,"sizeSlug":"large"}