ଆଜି ୬ ଘଣ୍ଟିଆ ସିମୁଳିଆ ବନ୍ଦ
4/06/2018 at 5:51 AM

ଆଜି ୬ ଘଣ୍ଟିଆ ସିମୁଳିଆ ବନ୍ଦ । ସିମୁଳିଆକୁ NAC ଓ ସୋରକୁ ସବଡିଭିଜନ ମାନ୍ୟତା ଦାବିରେ ବନ୍ଦ ପାଳନ କରିଛି ବିଜେପି । ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଛନ୍ତି । ଦୋକାନ ବଜାର ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ଚଳାଚଳ ପୁରା ଠପ୍ ହୋଇଯାଇଛି । ତେବେ ଟ୍ରେନ ଚଳାଚଳ ଓ ୧୬ ନମ୍ବର ଜାତୀୟ ରାଜପଥକୁ ବନ୍ଦ ଡାକରାରୁ ବାଦ ଦିଆଯାଇଛି ।