ଭାରତର ୬ ସୁନ୍ଦରୀ ରାଜନେତ୍ରୀ: ଗ୍ଲାମର ସହ ଭୋଟ ରାଜନୀତିରେ କରିଛନ୍ତି ନାଁ

Published By : Prameya-News7 Bureau | December 13, 2021 IST

ନୂଆଦିଲ୍ଲୀ ୧୩/୧୨ : ଭାରତ ସୌନ୍ଦର୍ଯ୍ୟ ଓ ଗ୍ଲାମର କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ନିଜର ପରିଚୟ ସୃଷ୍ଟି କରିଛି। ଭାରତ ଅନେକଥର ମିସ ୟୁନିଭର୍ସ ଓ ମିସ ୱାର୍ଲଡ ସମ୍ମାନ ଲାଭ କରିସାରିଛି। ଆମ ଦେଶର ମହିଳାଙ୍କ ସୌନ୍ଦର୍ଯ୍ୟ କେବଳ ଏହିସବୁ ଆୱାର୍ଡରେ ସୀମିତ ନୁହେଁ। ରାଜନୀତି କ୍ଷେତ୍ରରେ ମଧ୍ୟ ଭାରତୀୟ ମହିଳାଙ୍କ ଅବଦାନ ରହିଛି। ଦେଶର ୬ ଗ୍ଲାମରସ ମହିଳା ରାଜନେତ୍ରୀଙ୍କ ବିଷୟରେ ଜାଣିବା...

୧. ନୁସରତ ଜହାଁ - ନୁସରତ ଜହାଁ ଜଣେ ଗ୍ଲାମରସ ଭାରତୀୟ ଫିଲ୍ମ ଅଭିନେତ୍ରୀ ଓ ରାଜନେତା ମଧ୍ୟ। ବଙ୍ଗଳା ସିନେମାରେ ତାଙ୍କର ଏକ ବିଶେଷ ସ୍ଥାନ ରହିଛି। ସେ ୧୯୯୦ ଜାନୁଆରୀ ୮ ତାରିଖରେ କୋଲକାତାରେ ଜନ୍ମ ହୋଇଥିଲେ। ଭବାନୀପୁର ଏଜୁକେସନ ସୋସାଇଟି କଲେଜରୁ ସେ ସ୍ନାତକ କରିଛନ୍ତି। ୨୦୧୯ ରେ ସେ ସକ୍ରିୟ ରାଜନୀତିରେ ଏଣ୍ଟ୍ରି କରିଥିଲେ। ସେହି ବର୍ଷ ସେ ତୃଣମୂଳ କଂଗ୍ରେସ ଟିକେଟରୁ ବଶିରପୁରରୁ ନିର୍ବାଚନ ଲଢ଼ିଥିଲେ। ୨୦୧୧ରେ ସେ ରାଜ ଚକ୍ରବର୍ତ୍ତୀଙ୍କ ଫିଲ୍ମ 'ଶୋଟ୍ରୁ'ରୁ ଡେବ୍ୟୁ କରିଥିଲେ। ୨୦୧୯ ରେ ସେ ନିଖିଳ ଜୈନଙ୍କୁ ବିବାହ କରିଥିଲେ।

୨. ଦିବ୍ୟା ସ୍ପନ୍ଦନା - ସୁନ୍ଦରୀ ଦିବ୍ୟା ସ୍ପନ୍ଦନା ଫିଲ୍ମ ଜଗତରେ ରାମ୍ୟା ନାମରେ ଜଣାଶୁଣା। ସେ ଦକ୍ଷିଣ ଭାରତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ କନ୍ନଡ଼ ଫିଲ୍ମ ସହ ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ୧୯୮୨ ନଭେମ୍ବର ୨୯ ରେ ବେଙ୍ଗାଲୁରୁରେ ଜନ୍ମ ହୋଇଥିଲେ। ତାଙ୍କର ପ୍ରଥମ ଫିଲ୍ମ ୨୦୦୮ ରେ ରିଲିଜ ହୋଇଥିଲା। ଫିଲ୍ମଟି ହିଟ ହୋଇଥିଲା। ରାମ୍ୟା ୨୦୧୩ ରେ କଂଗ୍ରେସ ସଦସ୍ୟ ଭାବେ କର୍ଣ୍ଣାଟକ ମାଣ୍ଡ୍ୟା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଜିତି ରାଜନୀତିରେ ପାଦ ରଖିଥିଲେ।

୩. ଅଳକା ଲାମ୍ବା - ଅଳକା ଲାମ୍ବା ରାଜନୀତି ଛଡା ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଜଣାଶୁଣା। ୧୯ ବର୍ଷ ବୟସରେ ସେ କଂଗ୍ରେସର ଛାତ୍ର ସଂଘ NSUI ରେ ସାମିଲ ହୋଇଥିଲେ। ଯୁବପିଢ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସେ ଏକ ଏନଜିଓ 'ଗୋ ଇଣ୍ଡିଆ ଫାଉଣ୍ଡେସନ' ଆରମ୍ଭ କରିଥିଲେ। କଂଗ୍ରେସରେ ୨୦ ରୁ ଅଧିକ ବର୍ଷ ଯାଏଁ ରହିବା ପରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି। ୨୦୧୫ ଫେବୃଆରୀରେ ଦିଲ୍ଲୀ ଚାନ୍ଦନୀ ଚୌକ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ।

୪. ଅଙ୍ଗୁରଲତା ଡେକା - ଅଙ୍ଗୁରଲତା ଡେକା ମଡେଲ ଓ ଅଭିନେତ୍ରୀ ହେବାସହ ଭାରତୀୟ ଜନତା ପାର୍ଟିର ଜଣେ ସୁନ୍ଦର ନେତା ମଧ୍ୟ। ସେ ମୁଖ୍ୟତଃ ବଙ୍ଗଳା ଓ ଆସାମୀ ଫିଲ୍ମରେ କାମ କରିଛନ୍ତି। ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି। ୨୦୧୬ ରେ ସେ ଆସାମ ବତଦ୍ରୋବା ନିର୍ବାଚନ କ୍ଷେତ୍ରରୁ ବିଜେପି ବିଧାୟକ ଅଛନ୍ତି।

୫. ଡିମ୍ପଲ ଯାଦବ - ଡିମ୍ପଲ ଦେଖିବାକୁ ବହୁତ ସୁନ୍ଦର। ତାଙ୍କୁ ସବୁବେଳେ ଶାଢ଼ୀରେ ଦେଖିବାକୁ ମିଳେ। ସେ ଜଣେ ସୁନ୍ଦର ଗ୍ଲାମରସ ରାଜନେତା। ସେ କନ୍ନୌଜରୁ ଦୁଇଥର ସମାଜବାଦୀ ପାର୍ଟି ସାଂସଦ ହୋଇଛନ୍ତି। ତାଙ୍କର ସମ୍ବନ୍ଧ ରାଜନୈତିକ ପରିବାର ସହ ରହିଛି। ତାଙ୍କ ସ୍ୱାମୀ ଅଖିଲେଶ ଯାଦବ ଓ ଶ୍ୱଶୁର ମୁଲାୟମ ସିଂହ ଯାଦବ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ।

୬. ଗୁଲ ପନାଗ - ଗୁଲ ପନାଗ ପୂର୍ବତନ ବ୍ୟୁଟି କ୍ୱିନ, ଭାରତୀୟ ଅଭିନେତ୍ରୀ ଓ ରାଜନେତ୍ରୀ। ୨୦୦୩ ରେ ସେ ଫିଲ୍ମ 'ଧୂପ' ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ସେ ଅନେକ ଫିଲ୍ମ ଓ ଟିଭି ସିରିଏଲରେ କାମ କରିଛନ୍ତି। ୨୦୧୪ ରେ ସେ ଚଣ୍ଡୀଗଡ଼ରୁ ଆମ ଆଦମୀ ପାର୍ଟି ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ହାରିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.