ପୋଲ ଉପରେ ଚାଲୁଛି ୬ ଫୁଟର ବର୍ଷା ପାଣି, ପ୍ରଭାବରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
12/09/2023 at 10:53 AM

କୋରାପୁଟ ୧୨/୦୯: ଲଗାଣ ବର୍ଷା ପ୍ରଭାବରେ କୋରାପୁଟ ରାୟଗଡା ୩୨୬ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ସଦର ବଙ୍ଗଲାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ୬ଫୂଟ ବର୍ଷାପାଣି ମାଡିବାରୁ ଯାତାୟାତ ବନ୍ଦ । ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳୁଛି ।
ସୂଚନାଥାଉକି, କୋରାପୁଟରେ ଜାରି ରହିଛି ଲଗାଣ ବର୍ଷା । ଏହି ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବର୍ଷା ପାଣି । ଗତବର୍ଷ ବି ଅଗଷ୍ଟ ମାସରେ ବଙ୍ଗଳା ଗୁଡ଼ା ପୋଲ ଭୁଶୁଡି ପଡିଥିଲା । ୩୨୬ ନଂ ଜାତୀୟ ରାଜପଥରେ ଯାତାୟାତ ପାଇଁ ପୋଲ ନିକଟରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ।
Related Posts
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
25 September 2023
ତୁଟୁନି ବର୍ଷା-ଅନୁଭବ ଅଡ଼ୁଆ, ପ୍ରଥମ ଦିନ ସରିଲା ଷ୍ଟାର ଦମ୍ପତିଙ୍କ କାଉନସେଲିଂ
25 September 2023
ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି
25 September 2023
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023