ଓଭରଟେକ୍ ଆଣିଲା ମହାବିପତ୍ତି : ବସ୍ ଧକ୍କାରେ ୬ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | August 26, 2020 IST

ଲକ୍ଷ୍ନୌ ୨୬/୮: ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଜୋରସୋରରେ ଧକ୍କା ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ସହିତ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି। ଏମାନଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

 ଏହି ଦୁର୍ଘଟଣା ଲକ୍ଷ୍ନୌର କାକୋରି ଥାନା ଅଞ୍ଚଳରେ ଘଟିଛି। ହରଦୋଇ-କାକୋରି ରୋଡ଼ରେ ବଜାନଗର ମୋଡ଼ ପାଖରେ ହରଦୋଇ ଡିପୋର ବସ୍ ପରସ୍ପର ସହ ଓଭରଟେକ୍ କରିବା ଫଳରେ ଜୋରଦାର ଧକ୍କା ହୋଇଥିଲା। ଏଥିରେ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ସାମିଲ ରହିଛନ୍ତି। ବସରେ ପାଖାପାଖି ୨୦ରୁ ୨୨ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.