ନର୍ମଦା ନଦୀରେ ଡଙ୍ଗା ବୁଡି ୬ ମୃତ
15/01/2019 at 5:45 PM

ନନ୍ଦୁରବାର ୧୫/୧ : ନର୍ମଦା ନଦୀରେ ଡଙ୍ଗା ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଛି | ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଭୂଷଣ ଗାଁରୁ ଆଜି ପାଖାପାଖି ୫୦ ଜଣ ମକର ସଂକ୍ରାନ୍ତି ନିମନ୍ତେ ନଦୀ ଭିତରକୁ ଯାଇଥିଲେ | ନଦୀ ଭିତରେ ମକର ସଂକ୍ରାନ୍ତି ପୂଜା କରୁଥିବାବେଳେ ଭାରସମ୍ୟ ହରାଇ ଡଙ୍ଗା ବୁଡିଯାଇଥିଲା |

ଗ୍ରାମବାସୀମାନେ ତୁରନ୍ତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ | ୩୯ ଜଣଙ୍କୁ ଉଦ୍ଧାର କରି କୁଳକୁ ଆଣିବାରେ ସକ୍ଷମ ହୋଇଥିଲେ ଲୋକେ | ୬ଜଣଙ୍କର ମୃତଦେହ ମଧ୍ୟ ଲୋକମାନେ ଉଦ୍ଧାର କରିଥିଲେ | ୬ଜଣଙ୍କ ମଧ୍ୟରେ ୩ଜଣ ଶିଶୁ ଥିବାବେଳେ ଦୁଇଜଣ ମହିଳା ରହିଛନ୍ତି | ନିଖୋଜ ଥିବା ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରହିଛି | ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି |

Related Posts
ରାଜସ୍ଥାନ ଭରତପୁରରେ ଖସିଛି ମିରାଜ ବିମାନ, ଦୁର୍ଘଟଣାରେ ପାଇଲଟ ମୃତ
28 January 2023
ଧାନବାଦ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଡାକ୍ତର ଦମ୍ପତି ସମେତ ୬ ମୃତ
28 January 2023