ବାରାମୂଳାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ : ୬ଜଣ ଗୁରୁତର
31/08/2020 at 4:40 PM

Image Courtesy : india tv news
ଶ୍ରୀନଗର ୩୧/୮: ଜାମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆଟାକରେ ୬ଜଣ ନାଗରିକ ଗୁରୁତର ହୋଇଛନ୍ତି। ଆତଙ୍କବାଦୀମାନେ ସୋମବାର ସେନାଙ୍କ ଏକ ଗାଡ଼ିକୁ ଟାର୍ଗେଟ୍ କରି ଗ୍ରେନେଡ ମାଡ଼ କରିଥିଲେ। କିନ୍ତୁ ଗ୍ରେନେଡ ଲକ୍ଷ୍ୟହରା ହୋଇ ରାସ୍ତାରେ ପଡ଼ିଥିଲା। ରାସ୍ତାରେ ଗ୍ରେନେଡ ବିସ୍ଫୋରଣ ହେବାରୁ ୬ଜଣ ନାଗରିକ ଗୁରୁତର ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜାମ୍ମୁ କାଶ୍ମୀର ପୋଲିସ୍ କହିଛି ଯେ ଗ୍ରେନେଡ ଆଟାକରେ ଗୁରୁତର ନାଗରିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କ ବାରାମୂଳାର ଏକ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ଚାଲିଛି।