ଘରେ ଲାଗିଗଲା ନିଆଁ, ପୋଡ଼ିହୋଇ ଚାଲିଗଲା ୬ ଶିଶୁଙ୍କ ଜୀବନ

Published By : Prameya-News7 Bureau | March 30, 2021 IST

ଅରରିଆ, ୩୦/୦୩: ବିହାରର ଅରରିଆରେ ଏକ ଦୁଖଦଃ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ପଲାସି ଥାନା କବୈୟା ଗ୍ରାମରେ ଏକ ଚାଳ ଘରେ ନିଆଁ ଲାଗିଯିବାରୁ ୬ ଜଣ ଶିଶୁ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ।

ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ଚାଳଘରେ ଅଚାନକ୍‌ ନିଆଁ ଲାଗିଥିବା ଆଖପାଖ ଲୋକ କହିଥିବା ଜଣାପଡ଼ିଛି । ହାଠାତ୍ ନିଆଁ ଲାଗିବା ଫଳରେ ୬ ଶିଶୁ ଘରେ ଫସି ଯାଇଥିଲେ । ସେମାନେ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏପଟେ ସେପଟେ ଦୈଡ଼ା ଦୈଡ଼ି କରିଥିଲେ ହେଁ ସେମାନଙ୍କୁ ବଞ୍ଚାଇପାରିନଥିଲେ ।

ଏହି ଘଟଣା ପ୍ରଚିରିତ ହେବାପରେ ସାରା ଅଞ୍ଚଳରୁ ଲୋକେ ଜମା ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଯୁବକ ନିଆଁ ଲିଭାଇବାକୁ ପ୍ରୟାସ କରି ଶିଶୁ ମାନଙ୍କ ପାଖରେ ପହଞ୍ଚିବାକୁ ସମର୍ଥ ହୋଇଥିଲେ । ହେଲେ ସେତେବେଳକୁ ଶିଶୁମାନେ ନିଆଁରେ ପୋଡ଼ି ହୋଇଯାଇଥିଲେ । ଫଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.