ଆରବିଆଇର ତାଲିକାରୁ ହଟିଲେ ଦେଶର ଏହି ଛଅ ବ୍ୟାଙ୍କ, ଏପ୍ରିଲ ମାସରେ ହୋଇଥିଲା ମିଶ୍ରଣ

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୦୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ(ଓବିସି) ଓ  ଆହ୍ଲାବାଦ ବ୍ୟାଙ୍କ ସମେତ ଛଅ ସରକାରୀ ବ୍ୟାଙ୍କର ନାମକୁ ଆରବିଆଇ ଅଧିନିୟମର ଦ୍ଵିତୀୟ ଅନୁସୂଚୀରୁ ବାହାର କରି ଦେଇଛି। ରିଜର୍ଭ ବ୍ୟାଙ୍କ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି।

ଏହି ଛଅଟି ବ୍ୟାଙ୍କ ହେଉଛି ସିଣ୍ଡିକେଟ୍ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓବିସି ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ମିଶ୍ରଣ ହୋଇଛି। କାନରା ବ୍ୟାଙ୍କରେ ସିଣ୍ଡିକେଟ୍ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ୟୁନିୟନ ବ୍ୟାଙ୍କରେ ଏବଂ ଇଣ୍ଡିଆନ ବ୍ୟାଙ୍କରେ ଆହ୍ଲାବାଦ ବ୍ୟାଙ୍କର ବିଲୟ ହୋଇଛି।

ବ୍ୟାଙ୍କର ଏହି ମିଶ୍ରଣ ପରେ ଦେଶରେ ବର୍ତ୍ତମାନ ସାତୋଟି ବଡ ଏବଂ ପାଞ୍ଚଟି ଛୋଟ ସରକାରୀ ବ୍ୟାଙ୍କ ରହିଛି। ୨୦୧୭ରେ ଦେଶରେ ୨୭ ସରକାରୀ ବ୍ୟାଙ୍କ ଥିଲା, ଯାହା ଏବେ ହ୍ରାସ ହୋଇ ୧୨ରେ ରହିଛି। ଏହି ସବୁ ବ୍ୟାଙ୍କର ବିଲୟ ପରେ ଆରବିଆଇ ନିଜ ତାଲିକାରୁ ବ୍ୟାଙ୍କର ନାମକୁ ବାଦ୍ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.