ବିଦ୍ୟୁତ ତାର ଚୋରି ଯୋଜନା ପଣ୍ଡ: ଧରାପଡିଲେ ୬ ଅଭିଯୁକ୍ତ, ଅଫୁଟା ଗୁଳି ସହ ଗାଡ଼ି ଜବତ

Published By : Prameya-News7 Bureau | November 20, 2023 IST

ବିନିକା ୨୦/୧୧:ସୁବର୍ଣ୍ଣପୁର ଜିଲ୍ଲା ବିନିକା ଫିଡର କଦଳୀପାଳି ସେଷ୍କନ କେନାଲ ରାସ୍ତାରେ ଯାଇଥିବା ୧୧କେଭି ଆଲୁମିନିୟମ ବିଦ୍ୟୁତ ତାର ଚୋରି କରୁଥିବା ସମୟରେ ଟାଟା ପାୱାର କର୍ମଚାରୀ ମାନେ ଛଅଜଣ ବ୍ୟକ୍ତିଙ୍କୁ କାବୁ କରିଛନ୍ତି l ବିନିକା ଅଞ୍ଚଳରେ ପୂର୍ବରୁ ବିଭିନ୍ନ ସ୍ଥାନରେ ୧୧ କେଭି ବିଦ୍ୟୁତ ତାର ଚୋରି କରିଥିବା ଅଭିଯୋଗ ହୋଇଆସୁଥିଲା ।

ରବିବାର ଗୋଟିଏ ବୋଲେରୋ ପିକଅପ ଓ ଗୋଟିଏ ବୋଲେରୋ ଗାଡ଼ିରେ କିଛି ବ୍ୟକ୍ତି ଆସି କଦଲିପାଲି କେନାଲ ରାସ୍ତାରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର କାଟି ନେବାକୁ ଉଦ୍ୟମ କରୁଥିଲେ l ଠିକ ସେହି ସମୟରେ ଟାଟା ପାୱାର କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଦ୍ୟୁତ ତାର କାଟି ନେଉଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଖବର ପାଈ ଘଟଣା ସ୍ଥଳରେ ପହଞ୍ଚି ଛଅ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେକେ ଆଉ କିଛି ଫେରାର ହୋଇଯାଇଥିବା ସୂଚନା ମିଳିଛି l ସେମାନଙ୍କ ପାଖରୁ ସିଙ୍ଗିଲ ରାଉଣ୍ଡ ବନ୍ଧୁକ, ଦୁଇଟି ଅଫୁଟା ଗୁଳି, କିଛି ନିଶାଦ୍ରବ୍ୟ, ବିଦ୍ୟୁତ୍ ତାର କଟର, ୧୮ ବଣ୍ଡଲ ୧୧ କେଭି ଆଲୁମିନିୟମ ବିଦ୍ୟୁତ୍ ତାର ସହ ଗୋଟିଏ ବୋଲେରୋ ପିକଅପ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି । ଘଟଣା ସ୍ଥଳରୁ କିଛି ବ୍ୟକ୍ତି ଫେରାର ହୋଇଯାଇଥିବା ବେଳେ ଛଅ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପୋଲିସ ପଚରା ଉଚରା ଜାରି ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.