ଶକ୍ତିଶାଳୀ ଭୂମିକମ୍ପରେ ଥରିଲା କଲମ୍ବିଆ ରାଜଧାନୀ; ରିକ୍ଟର ସ୍କେଲରେ ତିବ୍ରତା ୬.୩

Published By : Prameya-News7 Bureau | August 18, 2023 IST

ନୂଆଦିଲ୍ଲୀ: କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ । କଲମ୍ବିଆ ରାଜଧାନୀ ବଗୋଟାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତିବ୍ରତା ୬.୩ ରେକର୍ଡ ରହିଛି  । ଗୁରୁବାର ଦିନ ୧୨ଟା ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଭୟଭୀତ ହୋଇ ଲୋକେ ଘରୁ ବାହାରି ଆସିଥିଲେ । ତେବେ ଭୂମିକମ୍ପରେ କୌଣସି କ୍ଷତକ୍ଷିତି ସୂଚନା ଏଯାଏଁ ମିଳିନାହିଁ ।

କଲମ୍ବିଆ ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ, ଭୂମିକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଥିବା ବେଳେ ୟୁଏସ୍ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟରେ ୬.୩ ତିବ୍ରତା ମାପା ଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ରାଜଧାନୀ ବଗୋଟାରୁ ଦକ୍ଷିଣରେ ୪୦ କିଲୋମିଟର ଦୂର ଇଏଲ୍ କାଲଭରିଓ ସହରରେ ରହିଛି ।

wp:html /wp:html

ଏହି ଭୂମିକମ୍ପ ପରେ ଲଗାତାର ଦୁଇଟି ଭୂକମ୍ପ ଝଟକା ଲାଗିଛି । ଏହାର ତିବ୍ରତା ୫.୬ ଓ ୪.୮ ରେକର୍ଡ କରାଯାଇଛି । ସେପଟେ ବଗୋଟା ମେୟର ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଭୂମିକମ୍ପ ସମୟରେ ଲୋକେ ଲିଫ୍ଟରେ ଫସିଲା ଭଳି ଛୋଟ ଛଟୋ ଘଟଣାମାନ ଘଟିଥିବା କହିଛନ୍ତି ।

wp:html /wp:html

ରାଜଧାନୀର ଏକ ବ୍ୟସ୍ତବହୁଳ ପାର୍କ ୯୩ ଜିଲ୍ଲା ନିକଟରେ କାମ କରୁଥିବା ଜଣେ ୪୩ ବର୍ଷୀୟ ବ୍ୟକ୍ତି ଭୂମିକମ୍ପ ବାବଦରେ ପ୍ରଥମେ ସୂଚନା ଦେଇଥିଲେ । ଏହା ଶକ୍ତିଶାଳୀ ଥିବା ବୋଲି ସେ କହିଛନ୍ତି । ରେସକ୍ୟୁ ଟିମ୍ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.