ସାଲେପୁର ୫ ବର୍ଷର ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ; ଚିକିତ୍ସା ପାଇଁ ୧୩ ଜଣିଆ ଡାକ୍ତରୀ ଟିମ ନିୟୋଜିତ

Published By : Prameya-News7 Bureau | April 22, 2018 IST

ସାଲେପୁରରେ ୫ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ପୀଡିତା କଟକ SCBରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ପୀଡିତାଙ୍କୁ ଭେଟିବା ପରେ ସୂଚନା ଦେଇଛନ୍ତି -ପୀଡିତାଙ୍କ ଅବସ୍ଥା ଶୋଚନୀୟ ଅଛି , ତାଙ୍କ ପାଇଁ ଏକ ୧୩ ଜଣିଆ ଡାକ୍ତରୀ ଟିମ ନିୟୋଜିତ କରାଯାଇଛି, ଫରେନସିକ ଓ ଗାଇନୀକ ରିପୋର୍ଟ ଆସିବା ପରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି ନ ନାହିଁ ଜଣା ପଡିବ | ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ କଜିହାଟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ | ଗତକାଲି ରାତିତୁ ଶିଶୁଟି ନିଖୋଜ ଥିଲା | ବୋହୁ ଖୋଜାଖୋଜି ପରେ ମୁର୍ମୁସୁ ଅବସ୍ଥାରେ ଗାଁ ସ୍କୁଲ ବାରଣ୍ଡାରୁ ଶିଶୁକୁ ଉଦ୍ଧାର କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.