ଚୌଦ୍ବାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତରେ ୫ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
20/09/2018 at 1:11 PM

କଟକ ୨୦/୯:ଚୌଦ୍ବାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତରେ ଜଣେ ୫ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ପଂଚାୟତର ଏକ ଆଦିବାସୀ ବହୁଳ ଗାଁରେ ଗତ ଶୁକ୍ରବାର ସନ୍ଧ୍ୟାରେ ଛୋଟ ପିଲାମାନେ ଗଣେଶ ମେଢ଼ ନିକଟରେ ନାଚୁଥିବାବେଳେ ସେହି ଗ୍ରାମର ମାୟାଧର ପୁର୍ତ୍ତି ଜଣେ ନାବାଳିକାକୁ ୭ଟଙ୍କା ଦେଇ ପାଖକୁ ଡାକି ନିକଟରେ ଥିବା ଜଂଗଲକୁ କାଖେଇ ନେଇ ଯାଇଥିଲା । ଏହାକୁ ଦେଖିଥିବା ନାବାଳିକାର ଭଉଣୀ ତା ମା କୁ କହିଥିଲା । ପରେ ସମସ୍ତେ ଖୋଜାଖୋଜି କଲା ପରେ ଜଙ୍ଗଲ ଭିତରୁ ଊଭୟଙ୍କୁ ଠାବକରିଥିଲେ । ସେତେବେଳେ ନାବାଳିକା ଜଣକ କାନ୍ଦୁଥିଲେ।ପରଦିନ ସକାଳେ ପୀଡିତାର ବାପା ମା ଚୌଦ୍ବାର ଥାନାକୁ ଯାଇ ଏବିଷୟରେ କହିଥିଲେ ମଧ୍ୟ ଲେଖା ଆଣି ନଥିବାରୁ ତାଙ୍କୁ ଫେରାଇ ଦେଇଥିଲେ । ସୋମବାର ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦୁଷ୍କର୍ମକାରୀ ଫେରାର ହୋଇଯାଇଥିଲା । ଅଭିଯୁକ୍ତ ଜଣକ ପୂର୍ବରୁ ଅନେକ ଅପରାଧ କରିଥିଲେ ମଧ୍ୟ ପୁଲିସର ତା ପ୍ରତି କୋହଳ ମନୋଭାବ ସାଧାରଣରେ ଚର୍ଚ୍ଚା ହେଉଛି । ପୁଲିସ ଏପର୍ଯ୍ୟନ୍ତ ନାବାଳିକାର ବୟାନ ରେକର୍ଡ଼ କରିନି କି ତାର ଡାକ୍ତରୀ ମାଇନା କରିନାହିଁ । ଅଭିଯୁକ୍ତ ମାୟାଧର କିଛି ବର୍ଷ ତଳେ ଗ୍ରାମର ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲ ଯାଇ ଫେରିଛି ।