ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପାଞ୍ଚ ବାହାଘର ସାତ ସନ୍ତାନ, ପୁଣିଥରେ ହେଉଥିଲା ବାହା: ପିଲାଙ୍କ ରାଗ ଦେଖି ଦଉଡି ପଳାଇଲା କନିଆ

2/09/2022 at 5:33 PM

ଉତ୍ତରପ୍ରଦେଶ ୦୨/୦୯: ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ବ୍ୟକ୍ତି ପଞ୍ଚମଥର ପାଇଁ ବିବାହ କରିବାକୁ ଯାଉଥିଲେ, କିନ୍ତୁ ଘଟଣାସ୍ଥଳରେ ଯାଇ ପହଞ୍ଚିଗଲେ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ସାତ ସନ୍ତାନ । ତାପରେ ଏମିତି ପରିସ୍ଥିତି ଉପୁଜିଲା ଯେ ତାଙ୍କ ୭ ପିଲା ସେହି ବ୍ୟକ୍ତିଜଣଙ୍କୁ ନିର୍ଧୁମ୍ ପିଟିଲେ । ଏହି ଦୃଶ୍ୟଦେଖି ବଧୁ ସାଜିଥିବା କନିଆ ମଣ୍ଡପ ଛାଡି ପଳାଇଲେ ।

ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନେଇ ପଚରା ଉଚୁରା ଆରମ୍ଭ କରିଛି । ଏହି ଘଟଣାଟି ହେଉଛି ସୀତାପୁର ଜିଲ୍ଲା କୋତଓ୍ବାଲୀ କୋହନା ଅଞ୍ଚଳରେ ଥିବା ପଟିଆର । ସେଠାକାର ୫୫ ବର୍ଷୀୟ ରଫି ଅହମ୍ମଦ ମଙ୍ଗଳବାର ରାତିରେ ଲୁଚିଛପି ନିଜ ପଞ୍ଚମ ବିବାହ କରିବାକୁ ଯାଉଥିଲା । କିନ୍ତୁ ତାର ସବୁ ପ୍ରୟାସକୁ ପଣ୍ଡକରି ବିବାହ ସ୍ଥାନରେ ପତ୍ନୀ ଓ ସାତ ଛୁଆ ପହଞ୍ଚିଗଲେ ।

ଛୁଆମାନେ ବାପାଙ୍କୁ ଜୋରଦାର ମାଡ ଦେଉଥିବାର ଦେଖି କନିଆ ଫେରାର ହୋଇଗଲା । ପିଲାଙ୍କ କହିବା ଅନୁସାରେ ତାଙ୍କ ବାପା ଅର୍ଥାତ୍ ସେହି ବ୍ୟକ୍ତି ନିଜ ପ୍ରଥମ ପତ୍ନୀଙ୍କୁ ବିବାହ ପରେ ଛାଡପତ୍ର ଦେଇଥିଲା । ତାଙ୍କ ମାଙ୍କ ସହ ସେହି ବ୍ୟକ୍ତିର ଦ୍ବିତୀୟ ବିବାହ ହେବାପରେ ୭ଟି ସନ୍ତାନ ଜନ୍ମ ହୋଇଛନ୍ତି ।

ସେହି ପିଲାମାନେ ଆରୋପ ଲଗାଇଛନ୍ତି ଯେ ତାଙ୍କ ପିତା ଲୁଚି ଲୁଚି ତୃତୀୟ ଓ ଚତୁର୍ଥ ବିବାହ କରିନେଇଛନ୍ତି । ଓ ସେମାନଙ୍କୁ ହଜ୍ ଯାତ୍ରାରେ ପଠାଇଦେଇଛନ୍ତି । ପିଲାଙ୍କ କହିବା ଅନୁସାରେ ପିତା ରଫି ମହମ୍ମଦ କିଛି ସମୟରୁ ଖର୍ଚ୍ଚ ପଇସାବି ଦେଉନାହିଁ । ବର୍ତ୍ତମାନ ରଫିଙ୍କୁ ପୋଲିସ୍ ପଚରା ଉଚରା କରୁଛି ।

   Related Posts