ଭିତରକନିକା ପରିଦର୍ଶନ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ 5 ଟି ସଚିବ

Published By : Prameya-News7 Bureau | February 10, 2020 IST

ପଟ୍ଟାମୁଣ୍ଡାଇ ୧୦।୦୨ -ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ଭିତରକନିକା ମହୋତ୍ସବ । ୩ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ବିଶ୍ବ ପ୍ରସିଦ୍ଧ ଭିତରକନିକା ଏବେ ଉତ୍ସବ ମୁଖର । ରାସ୍ତା ଘାଟ ସହ ଚାଲିଛି ବିଭିନ୍ନ ଭିତ୍ତିଭୂମିର ବିକାଶ । ଠିକ୍ ଏତିକିବେଳେ ଭିତରକନିକା ପରିଦର୍ଶନ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ 5 ଟି ସଚିବ । ମୁଖ୍ୟମନ୍ତ୍ରୀ ଭିରତକନିକା ପାଇଁ ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି

ବିଶ୍ବ ପ୍ରସିଦ୍ଧ ଭିତର କନିକା ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବ 5 ଟି ସଚିବ ଭେ କେ ପାଣ୍ଡିଆନ । ଖମାର ସାହି ନିକଟ ହେଲିପ୍ୟାଡରେ ଓହ୍ଲାଇ ସିଧା ବାହାରିଥିଲେ ଭିତରକନିକା ଅଭିମୁଖେ । ବ୍ୟାଟେରୀ ଚାଳିତ ଗାଡିରେ ବସି ପ୍ରକୃତିକ ପରିବେଶକୁ ଉପଭୋଗ କରିଥିଲେ । ବୋଟରେ ବସି ନଦୀ ନାଳ ଭିତରେ ଥିବା ବଉଳା କୁମ୍ଭୀର, ହେନ୍ତାଳ ବଣର ବି ମଜା ନେଇଥିଲେ । ସାଙ୍ଗରେ ଥିଲେ କେନ୍ଦ୍ରାପଡା ଜିଳ୍ଲାପାଳ । ତେବେ ଭିତରକନିକା ମହୋତ୍ସବ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ 5 ଟି ସଚିବ ସଚିବଙ୍କ ଗସ୍ତକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ମହୋତ୍ସବ ପାଇଁ ରାସ୍ତଘାଟ ମରାମତି ସହ ଟେଣ୍ଟ, ଲାଇଟ ଡେକୋରେସନ ଚାଲିଛି । ଏ ସମୟରେ ସଚିବଙ୍କ ପରିଦର୍ଶନ ଭିତରକନିକା ଖୁସିକୁ ଦ୍ବିଗୁଣିତ କରିପାରେ ବୋଲି ଆଶା କରାଯାଉଛି । କାରଣ ଭିତରକନିକା ପାଇଁ ମୁଖ୍ୟମନ୍ତ୍ରୀ ବଡ ପ୍ୟାକେଜ୍ ଘୋଷଣା କରିପାରନ୍ତି । ଯାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକ ।

ଏହା ପୂର୍ବରୁ ଦୁଇ ସଚିବ ବାଲେଶ୍ବର ଜିଲ୍ଲା ତାଳସାରୀ ଏବଂ ଉଦୟପୁର ବେଳାଭୂମି ପରିଦର୍ଶନ କରିଥିଲେ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ତାଳସାରୀରେ ପହଞ୍ଚିବା ପରେ ସେଠାକାର ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଏହାପରେ ଉଦୟପୁର ଯାଇଥିଲେ । ସୁବର୍ଣ୍ଣ ଦୀପ ପରିଦର୍ଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.